ଦ୍ୱିତୀୟ ପର୍ଯ୍ୟାୟ ଲକ୍ ଡାଉନର ଗାଇଡ ଲାଇନ୍ ଜାରି କଲେ କେନ୍ଦ୍ର ସରକାର

ନୂଆଦଲ୍ଲୀ: ଦେଶରେ ଆଜିଠାରୁ ୨ୟ ପର୍ଯ୍ୟାୟ ଲକ୍ ଡାଉନ୍ ଆରମ୍ଭ ହୋଇଥିବାବେଳେ ଏ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗାଇଡ ଲାଇନ୍ ଜାରି କରାଯାଇଛି ।

– ଔଷଧ ବିତରଣ କେନ୍ଦ୍ର ଖୋଲା ରହିବ
– ଗ୍ରାମାଂଚଳରେ ରାସ୍ତା କାମ ସହ କୃଷି କାର୍ଯ୍ୟ ଜାରି ରହିବ
– ରାସନ ସାମଗ୍ରୀ, ଫଳ, ପନିପରିବା, ମାଛ, ମାଂସ ଦୋକାନ ଖୋଲା ରହିବ
– ପ୍ରିଂଟ , ଇଲେକ୍ଟ୍ରୋନିକ୍ସ ମିଡିଆ, ବ୍ରଡକାଷ୍ଟିଂ, ଡିଟିଏଚ୍ ସେବା ଜାରି ରହିବ
– କୋରିଅର ସେବା କାମ କରିବାକୁ ଅନୁମତି
– ଅଫିସ ଓ ସାର୍ବଜନୀନ ସ୍ଥାନରେ ସାମାଜିକ ଦୂରତା ବଜାୟ ରହିବ
– ଧାର୍ମିକ ସ୍ଥଳରେ ସାଧାରଣ ଲୋକଙ୍କୁ ପୂଜାପାଠ ମନା
– ସର୍ବସାଧାରଣରେ ଛେପ ପକାଇଲେ ଜରିମାନା
– କୃଷି ସମ୍ପର୍କିତ ସମସ୍ତ କାର୍ଯ୍ୟ ଜାରି ରହିବ
– ବ୍ୟାଙ୍କ ଶାଖା ଓ ଏଟିଏମ ଖୋଲା ରହିବ
– ମନରେଗା କାମ ଜାରି ରହିବ
– ଦୁଗ୍ଧ ବିକ୍ରି, ବିତରଣ ଓ ସଂଗ୍ରହ ଜାରି ରହିବ
– ଟ୍ରେନ ଯୋଗେ ଯାତ୍ରୀ ପରିବହନ ବନ୍ଦ ରହିବ
– ସମସ୍ତ ଶିକ୍ଷାନୁଷ୍ଠାନ ଓ କୋଚିଂ ଉପରେ କଟକଣା ଜାରି
– ହଟସ୍ପଟ ଅଂଚଳରେ କଟକଣା କଡାକଡି
– ଆନ୍ତଃ ଜିଲ୍ଲା ଓ ରାଜ୍ୟ ମଧ୍ୟରେ ଚଳାଚଳ ଉପରେ କଟକଣା
– ସିନେମା ହଲ, ମଲ, ଜିମ୍ ଓ ବାରଗୁଡିକ ବନ୍ଦ ରହିବ
– ସାମାଜିକ, ଧାର୍ମିକ, ରାଜନୈତିକ କାର୍ଯ୍ୟକ୍ରମ ବନ୍ଦ ରହିବ
– ସମସ୍ତ ପ୍ରକାର ପରିବହନ ଉପରେ କଟକଣା ଜାରି
– ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ଜାରି ରହିବ
– ବସ୍, ରେଳ, ମେଟ୍ରୋ, ବିମାନ ଉଡାଣ ଉପରେ କଟକଣା