ଓମାନ୍ ସୁଲତାନଙ୍କ ପରଲୋକ ଯୋଗୁଁ ସୋମବାର ହେବ ରାଷ୍ଟ୍ରୀୟ ଶୋକ

ଘୋଷଣା କଲେ ସରକାର

ନୂଆଦିଲ୍ଲୀ: ଓମାନ୍ ସୁଲତାନଙ୍କ ପରଲୋକ ଯୋଗୁଁ ସୋମବାର ଦିନ ଗୋଟିଏ ଦିନ ପାଇଁ ରାଷ୍ଟ୍ରୀୟ ଶୋକ ପାଳନ କରାଯି । ଏ ନେଇ ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି । ଯାହା ଗୃହମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିିଛି ।

ଜାନୁଆରି ୧୦ ତାରିଖରେ ୭୯ ବର୍ଷ ବୟସରେ ଓମାନ୍‌ ସୁଲ୍‌ତାନ୍‌ କ୍ୱାବୁସ୍‌ ବିନ୍‌ ଅଲ୍‌ ସୈଦ୍‌ଙ୍କର ଦେହାନ୍ତ ହୋଇଯାଇଛି।

ଦିବଂଗତ ସୁଲ୍‌ତାନଙ୍କ ସମ୍ମାନାର୍ଥେ ଜାନୁଆରି ୧୩ ତାରିଖ ଦିନ ସମଗ୍ର ଭାରତରେ ଗୋଟିଏ ଦିନ ପାଇଁ ରାଷ୍ଟ୍ରୀୟ ଶୋକ ପାଳନ କରାଯିବ ବୋଲି ଭାରତ ସରକାର ନିଷ୍ପତି ଗ୍ରହଣ କରିଛନ୍ତି।

ଗୃହମନ୍ତ୍ରାଳୟର ଜଣେ ମୁଖପାତ୍ର କହିଛନ୍ତି, ଶୋକ ପାଳନ ଦିବସରେ ସମଗ୍ର ଭାରତରେ ଜାତୀୟ ପତାକା ଅର୍ଦ୍ଧଉନ୍ମିଳିତ ହୋଇ ରହିବ। ଏ ସଂକ୍ରାନ୍ତରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳକୁ ଗୃହ ମନ୍ତ୍ରାଳୟ ବାର୍ତା ପଠାଇଛି।

ସୁଲ୍‌ତାନ୍‌ କ୍ୱାବୁସ୍‌ ବିନ୍‌ ସୈଦ୍‌ଙ୍କୁ ମଧ୍ୟପ୍ରାଚ୍ୟ ଅଂଚଳରେ ଶାନ୍ତିର ଆଲୋକବର୍ତିକା ଭାବେ ବର୍ଣ୍ଣନା କରି ଶନିବାର ଦିନ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଥିଲେ।