କ୍ୱାରେନଂଟାଇନ୍ ନିୟମ ନ ମାନିଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର : କରୋନା ଭାଇରସ୍ ମୁକାବିଲା କରିବା ପାଇଁ ରାଜ୍ୟ ସରକାର କେତେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି । ବିଶେଷ କରି ରାଜ୍ୟ ବାହାରୁ ଆସୁଥିବା ଓ ଆସିବାକୁ ଥିବା ପ୍ରବସୀମାନଙ୍କ ପାଇଁ ଅନେକ କାର୍ଯ୍ୟକ୍ରମ ଗ୍ରହଣ କରିଛନ୍ତି । ବାହାରୁ ଆସୁଥିବା ବ୍ୟକ୍ତିମାନେ ଅଧିକ ସଂକ୍ରମିତ କରିବାର ଆଶଙ୍କା କରିବାର ବିଭିନ୍ନ କଟକଣା ଜାରି କରାଯାଇଛି । ହେଲେ ଏହାକୁ ଉଲ୍ଲଘଂନ କରୁଥିବାର  ସକରକାରଙ୍କ ପକ୍ଷରୁ ଆଜି କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି । ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ଉଲ୍ଲଘଂନକାରୀଙ୍କ ବିରୁଦ୍ଧରେ କାଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଓ ଆବଶ୍ୟକ ସ୍ଥଳରେ ଗିରଫ କରାଯିବ ବୋଲି କହିଛନ୍ତି । ବାହାରୁ ଆସୁଥିବା ପ୍ରବାସୀ ବିଶୃଙ୍ଖଳିତ ହେଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି । କ୍ୱାରେନଂଟାଇନ୍ ନିୟମ ନମାନିଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ।

ନିଜ ଜିଲ୍ଲାର ପଂଚାତରେ ହୋଇଥିବା କ୍ୱାରେନଂଟାଇନ୍ ରେ ନରଖି ଦୂର ଜିଲ୍ଲାରେ ସଂପୃକ୍ତ ବ୍ୟକ୍ତିଙ୍କୁ କ୍ୱାରେନଂଟାଇନ୍‌ ରେ ରଖାଯିବ । କ୍ୱାରେନଂଟାଇନ୍ ଅବଧି ବୃଦ୍ଧି ସହ ସରକାରୀ ସହାୟତା ମଧ୍ୟ ଦିଆଯିବ ନାହିଁ ବୋଲି ଘୋଷଣା ହୋଇଛି । ଏଥିସହ ସଂପୃକ୍ତ ବ୍ୟକ୍ତିଙ୍କୁ ଗିରଫ ମଧ୍ୟ କରାଯିବ । ଭୂଲ୍ ରୁଟ୍‌ରେ ଗଲେ ବସ୍ ମଧ୍ୟ ସିଜ୍ ହେବ । ବିନା ପାସ୍‌ରେ ସୀମାକୁ ବସ୍ ପ୍ରବେଶ ଅନୁମତି ମିଳିବନି । ବସ୍‌ରେ ମାତ୍ରାଧିକ ପ୍ରବାସୀ ଥିଲେ ଅନୁମତି ମିଳିବନି । ଅଧିକ ଯାତ୍ରୀ ଥିଲେ ବସ୍‌କୁ ଫେରାଇ ଦିଆଯିବ ବୋଲି ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ କହିଛନ୍ତି । ନିର୍ଦ୍ଧାରତି ରୁଟ୍‌ରୁ ଭୂଲ୍ ରୁଟ୍‌ରେ ଗଲେ ବସ୍ ସିଜ୍ ହେବ ।