ବିଦେଶରୁ ଫେରିଥିବା ୨୮୫୬ ଜଣଙ୍କ ସହ ହୋଇପାରୁନି ଯୋଗାଯୋଗ

ଭୁବନେଶ୍ୱର: ବିଦେଶରୁ ଫେରିଥିବା ୨୮୫୬ ଜଣଙ୍କୁ ସହ ଏଯାବତ୍ କୌଣସି ଯୋଗାଯୋଗ ହୋଇପାରୁନାହିଁ । ତେବେ ଜିଲ୍ଲାସ୍ତରୀୟ ସର୍ଭେଇଲାନ୍ସ ଟିମ୍ ସେମାନଙ୍କ ସହ ଯୋଗାଯୋଗ କରିପାରିନାହିଁ।

ଏହାକୁ ନେଇ ଉଦ୍‌ବେଗ ପ୍ରକାଶ କରିବା ସହ ତୁରନ୍ତ ସେମାନଙ୍କ ସହ ଯୋଗାଯୋଗ କରିବାକୁ ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କୁ ସ୍ୱାସ୍ଥ୍ୟ ବିଭାଗ  ପ୍ରମୁଖ ସଚିବ ନିକୁଞ୍ଜ ବିହାରୀ ଧଳ ଚିଠି ଲେଖିଛନ୍ତି।

ଏହି ବିଦେଶ ଫେରନ୍ତାମାନେ ହୋମ୍ କ୍ୱାରେଣ୍ଟାଇନ ବା ଘରେ ସଂଗରୋଧରେ ନରହିଲେ ଅନ୍ୟମାନଙ୍କୁ ସଂକ୍ରମିତ  କରିବାର ଆଶଙ୍କା ରହିଛି। ତେଣୁ ସେମାନଙ୍କଠାରେ  ଲକ୍ଷଣ ପ୍ରକାଶ ପାଉ ନ ଥିଲେ ବି  ସେମାନଙ୍କୁ ହୋମ୍ କ୍ୱାରେନଂଟାଇନ୍ ରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

କରୋନା ପାଇଁ ଚାରିଆଡ଼େ ଜଟିଳ ସ୍ଥିତି ଦେଖାଦେଇଥିବା ବେଳେ ରାଜ୍ୟ ଯେପରି ଗୋଷ୍ଠୀ ସଂକ୍ରମଣ ଆଡ଼କୁ ଗତି  ନ କରେ ସେଥିପ୍ରତି ସରକାର ଗୁରୁତ୍ୱ ଦେଉଛନ୍ତି। ତେବେ ଏପରି ସ୍ଥିତିରେ ଏହା ଏକ ଚିନ୍ତାଜନକ ଖବର ଭାବେ ସାମ୍ନାକୁ ଆସିଛି।