୩ଟି ରାଷ୍ଟ୍ରାୟତ ବୀମା କମ୍ପାନୀ ପାଇଁ ପୁଞ୍ଜି ଉପଲବ୍ଧ କରାଇବା ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ୍ ରାଷ୍ଟ୍ରାୟତ କ୍ଷେତ୍ରରେ ୩ଟି ସାଧାରଣ ବୀମା କମ୍ପାନୀ ଓରିଏଂଟାଲ ଇନ୍ସ୍ୟୋରାନ୍ସ କମ୍ପାନୀ ଲିମିଟେଡ, ନ୍ୟାସନାଲ ଇନ୍ସ୍ୟୋରାନ୍ସ କମ୍ପାନୀ ଲିମିଟେଡ ଓ ୟୁନାଇଟେଡ୍ ଇଣ୍ଡିଆ ଇନ୍ସ୍ୟୋରାନ୍ସ କମ୍ପାନୀ ଲିମିଟେଡକୁ ମୋଟ ୧୨୪୫୦ କୋଟି ଟଙ୍କା ସାୟତା ଯୋଗାଣ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ଏଥିରେ ୨୦୧୯-୨୦ ଆର୍ଥିକ ବର୍ଷରେ ପ୍ରଦାନ କରାଯାଇଥିବା ୨୫୦୦କୋଟି ଟଙ୍କାର ପୁଞ୍ଜି ସହାୟତା ମଧ୍ୟ ଉପଲବ୍ଧ ରହିଛି । ଏଥିମଧ୍ୟରୁ ୩,୪୭୫ କୋଟି ଟଙ୍କାର ତତ୍କାଳ ସହାୟତା ରାଶି ଜାରି କରି ଦିଆଯିବ । ବାକି ୬,୪୭୫ କୋଟି ଟଙ୍କା ପରେ ଜାରି କରାଯିବ । କ୍ୟାବିନେଟ ଏହି ପୁଞ୍ଜି ଉପଲବ୍ଧତାକୁ ଲାଗୁ କରିବା ନିମନ୍ତେ ଏନଆଇସିଏଲ ପାଇଁ ୭୫୦୦ କୋଟି ଟଙ୍କା ଏବଂ ୟୁଆଇଆଇସିଏଲ ତଥା ଓଆଇସିଏଲ ପାଇଁ ୫୦୦୦କୋଟି ଟଙ୍କା ପର୍ଯ୍ୟନ୍ତ ଅଧିକୃତ ସେୟାର ପୁଞ୍ଜିରେ ବୃଦ୍ଧି ପ୍ରସ୍ତାବକୁ ମଧ୍ୟ ଲାଗୁ କରିଛନ୍ତି । ଏହାବ୍ୟତୀତ ବର୍ତମାନର ସ୍ଥିତିକୁ ଧ୍ୟାନରେ ରଖି ଏଗୁଡିକର ମିଶ୍ରଣ ପ୍ରକ୍ରିୟାକୁ ସ୍ଥଗିତ ରଖାଯାଇଛି ଏବଂ ଏହା ସ୍ଥାନରେ ଏଗୁଡିକର ଲାଭଦାୟକ ବିକାଶ ପ୍ରତି ଧ୍ୟାନ ଦିଆଯିବ ।

୩ଟି ସାଧାରଣ ବୀମା କମ୍ପାନୀ ଓଆଇସିଏଲ, ଏନଆଇସିଏଲ ଏବଂ ୟୁଆଇସିଏଲକୁ ଏହି ପୁଞ୍ଜି ପ୍ରବାହର ପ୍ରଥମ ଭାଗ ସ୍ୱରୂପ ଚଳିତ ଆର୍ଥିକ ବର୍ଷରେ ୩୪୭୫ କୋଟି ଟଙ୍କ ଆବଂଟନ ଦିଆଯିବ । ଅବଶିଷ୍ଟ ରାଶି ଗୋଟିଏ କିମ୍ବା ୨ଟି ଭାଗରେ ଜାରି କରାଯିବ ।