ବିଏସଏନଏଲରେ ଏମଟିଏନଏଲର ବିଲୟ ହେବ, କେନ୍ଦ୍ର କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ନୂଆଦିଲ୍ଲୀ : କ୍ଷତିରେ ଚାଲୁଥିବା ରାଷ୍ଟ୍ରାୟତ୍ତ ଟେଲିକମ ସେବା କମ୍ପାନି ବିଏସଏନଏଲ ଓ ଏମଟିଏନଏଲର ମିଶ୍ରଣ ପ୍ରସ୍ତାବକୁ ଆଜି କେନ୍ଦ୍ର କ୍ୟାବିନେଟ ମଂଜୁର କରିଛି । ଏହି ମିଶ୍ରଣ ପରେ ଏମଟିଏନଏଲ୍‌ ବିଏସଏନଏଲ୍‌ର ଏକ ଶାଖା କମ୍ପାନି ବା ସବସୀଡାରୀରେ...

ନୂଆଦିଲ୍ଲୀ : କ୍ଷତିରେ ଚାଲୁଥିବା ରାଷ୍ଟ୍ରାୟତ୍ତ ଟେଲିକମ ସେବା କମ୍ପାନି ବିଏସଏନଏଲ ଓ ଏମଟିଏନଏଲର ମିଶ୍ରଣ ପ୍ରସ୍ତାବକୁ ଆଜି କେନ୍ଦ୍ର କ୍ୟାବିନେଟ ମଂଜୁର କରିଛି । ଏହି ମିଶ୍ରଣ ପରେ ଏମଟିଏନଏଲ୍‌ ବିଏସଏନଏଲ୍‌ର ଏକ ଶାଖା କମ୍ପାନି ବା ସବସୀଡାରୀରେ ପରିଣତ ହେବ । ଏହା ସହିତ ସରକାର ଏହି କମ୍ପାନିରେ ପ୍ରାୟ ୨୯,୯୩୭ କୋଟି ଟଙ୍କାର ପୁଞ୍ଜି ଭର୍ତ୍ତି କରିବେ ।

ଏହା ସହିତ ଏହି କମ୍ପାନିର ପୁନରୁଦ୍ଧାର ପାଇଁ କେତେକ ଯୋଜନା ପ୍ରସ୍ତୁତ କରାଯାଇଛି । ପାଣ୍ଠି ସଂଗ୍ରହ ପାଇଁ ବଣ୍ଡ ଜାରି କରାଯିବ, ବିଭିନ୍ନ ସଂପତ୍ତିକୁ ବିକ୍ରି କରାଯିବ ଓ ବଳକା କର୍ମଚାରୀଙ୍କ ସ୍ୱେଚ୍ଛାକୃତ ଅବସର ଦିଆଯାଇ ଖର୍ଚ୍ଚକାଟ କରାଯିବ ।

ଏ ସଂପର୍କରେ ସୂଚନା ଦେଇ କେନ୍ଦ୍ର ଟେଲିକମ ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ଯେ ସରକାର ବିଏସଏନଏଲରେ  ୨୯,୯୩୭ କୋଟି ଟଙ୍କାର ପୁଞ୍ଜି ଭର୍ତ୍ତି କରିବେ । ସୋଭେରିନ ବଣ୍ଡ ଜାରି କରି ବଜାରରୁ ୧୫ ହଜାର କୋଟି ଟଙ୍କା ସଂଗ୍ରହ କରାଯିବ । ଏହାଛଡା ଆସନ୍ତା ୪ ବର୍ଷରେ ୩୮ ହଜାର କୋଟି ଟଙ୍କାର ସଂପତ୍ତିକୁ ବିକ୍ରି କରାଯିବ ।

Spread the love
Categories
କର୍ପୋରେଟ୍

RELATED BY