ରାଜ୍ୟପାଳଙ୍କ ଅଭିଭାଷଣରେ ଅସନ୍ତୁଷ୍ଟ ବିରୋଧୀ : କଂଗ୍ରେସର କକ୍ଷ ତ୍ୟାଗ,ବିଜେପି କହିଲା ମିଛ କୁହାଇଛନ୍ତି ସରକାର

ଭୁବନେଶ୍ବର : ରାଜ୍ୟପାଳଙ୍କ ଅଭିଭାଷଣ ବିରୋଧୀଙ୍କୁ ସନ୍ତୁଷ୍ଟ କରିପାରିନି । କଂଗ୍ରେସ ଅଯଥା ସରକାରଙ୍କ ଗୁଣଗାନ କରିବା ଅନୁଚିତ ବୋଲି କହି କକ୍ଷତ୍ୟାଗ କରିଥିଲା । ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଜଣେ ବ୍ୟକ୍ତି ଗୃହ ବାହାରେ ପ୍ରଚାରକ ଗୃହ ଭିତରେ ସ୍ତାବକ । ସାମ୍ବିଧାନିକ ପଦବୀରେ ରହି ରାଜନୀତି କରିବା ଓ ସରକାରଙ୍କ ଗୁଣଗାନ କରିବା ଠିକ ନୁହେଁ । ସେପଟେ ବିଜେପି କହିଛି, ରାଜ୍ୟପାଳଙ୍କ ମୁହଁରେ ମିଥ୍ୟା ତଥ୍ୟ ରଖିଛନ୍ତି ରାଜ୍ୟ ସରକାର । ରାଜ୍ୟପାଳଙ୍କ ଅବିଭାଷଣରେ ଚିଟପଣ୍ଡ ଘୋଟାଲା, ଧାନ ମଣ୍ଡିରେ ଅବ୍ୟବସ୍ଥା, ପି ସିକାରବାର କଥା ନାହିଁ ବୋଲି ବିଜେପି ବିଧାୟକ ,ପ୍ରଦୀପ ପୁରୋହିତ କହିଛନ୍ତ । ଅନ୍ୟପକ୍ଷରେ ଶାସକ ଦଳର ଯୁକ୍ତି ରାଜ୍ୟ ସରକାର ନିଜ ଉପଲବ୍ଧି ବାଣ୍ଟିଛନ୍ତି ବୋଲି କହିଛନ୍ତି ଶାଶକ ଦଳର ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ ।
୭ ତାରିଖରେ କାମଚଳା ବଜେଟ ଆସିବ। ସେଥିରେ କାହାକୁ ଖୁସ କରିବାକୁ ସରକାର ବ୍ୟବସ୍ଥା କରୁଛନ୍ତି ତାହା ଜଣାପଡିବ ।