ଆମ୍ବୁଲାନ୍ସର ଅପବ୍ୟବହାର କଲେ ବନ୍ଧାହେବେ ଡ୍ରାଇଭର

ଭୁବନେଶ୍ୱର: ଆମ୍ବୁଲାନ୍ସର ଅପବ୍ୟବହାରକୁ ରୋକିବା ଲାଗି ରାଜ୍ୟ ସରକାର କଠୋର ପଦକ୍ଷେପ ନେଇଛନ୍ତି । ଆମ୍ବୁଲାନ୍ସରେ ଯାତ୍ରୀ ପରିବହନ ଲାଗି ବ୍ୟବହାର କରୁଥିବା ଧରାପଡିଲେ ଡ୍ରାଇଭରକୁ ଗିରଫ କରିବା ସହ ଗାଡି ବାଜ୍ୟାପ୍ତ କରାଯିବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ।

ତେବେ ରାଜ୍ୟରେ କେତେକ ସ୍ଥାନରେ ଆମ୍ବୁଲାନ୍ସର ଅସଦବ୍ୟବହାର କରାଯାଇଥିବା ଖବର ଆସିଛି । ଲକଡାଉନ ସମୟରେ ଆମ୍ବୁଲାନ୍ସରେ କିଛି ଲୋକଙ୍କୁ ବୁହାଯାଉଥିବା ସୂଚନା ମିଳିଛି । ତେବେ ତାଲାବନ୍ଦ ବେଳେ ଏଭଳି କାମ ଆଦୌ କ୍ଷଣଣୀୟ ନୁହେଁ । ଆଗାମୀ ଦିନରେ ଯଦି ଆମ୍ବୁଲାନ୍ସର କେହି ଅପବ୍ୟବହାର କରନ୍ତି ତେବେ ଡ୍ରାଇଭର ସମେତ ମାଲିକଙ୍କୁ ଗିରଫ କରାଯିବ । ଏହା ସହ ସଙ୍ଗେ ସଙ୍ଗେ ଉକ୍ତ ଆମ୍ବୁଲାନ୍ସକୁ ବାଜ୍ୟାପ୍ତ କରାଯିବ ବୋଲି ସରକାର ନିର୍ଦ୍ଦେଶ ଦେଇଥିବା ସୁବ୍ରତ କହିଛନ୍ତି ।