ରାଜ୍ୟର ୬୧ଟି ମନ୍ଦିର ଆକାଉଣ୍ଟର ହେବ ଅଡିଟ୍‌

ଭୁବନେଶ୍ୱର:ରାଜ୍ୟରେ ଥିବା ମନ୍ଦିରଗୁଡ଼ିକର ଆକାଉଣ୍ଟ ଉପରେ ଏବେ ସରକାରଙ୍କ ନଜର ପଡ଼ିଛି । ରାଜ୍ୟରେ ଥିବା ପ୍ରସିଦ୍ଧ ମନ୍ଦିରଗୁଡ଼ିକର ଆକାଉଣ୍ଟ ଅଡିଟ୍‌ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଓଡ଼ିଶା ପ୍ରିନ୍ସିପାଲ ଆକାଉଣ୍ଟ ଜେନେରାଲଙ୍କ ତତ୍ୱାବଧାନରେ ଅଡିଟ୍‌ ହେବ । ଏଥିପାଇଁ ଅଡିଟର୍‌ଙ୍କୁ ମନୋନୀତ କରାଯିବ ବୋଲି ପ୍ରିନ୍ସିପାଲ ଏଜି ସୂଚନା ଦେଇଛନ୍ତି ।

ରାଜ୍ୟରେ ଥିବା ୬୧ ମନ୍ଦିରଗୁଡ଼ିକର ଆକାଉଣ୍ଟ ଅଡିଟ୍‌ ହେବ । ଖୋର୍ଦ୍ଧାର ୭ଟି ଓ କଟକର ୬ଟି ମନ୍ଦିର ଆକାଉଣ୍ଟ ଅଡିଟ୍‌ ହେବ । ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର, ରାମ ମନ୍ଦିର ଓ ଶନିମନ୍ଦିର, କଟକର କଟକ ଚଣ୍ଡୀ, ପଞ୍ଚମୁଖୀ ହନୁମାନ, କେନ୍ଦ୍ରାପଡ଼ାର ବଳଦେଜୀଉ, ଯାଜପୁରର ବିରଜା, ଭଦ୍ରକ ଆରଡ଼ି ଆଖଣ୍ଡଳମଣୀ ଓ ସମ୍ବଲପୁରର ସମଲେଇ ଆଦି ମନ୍ଦିର ଗୁଡ଼ିକର ଅଡିଟ୍‌ ହେବ । ପୂର୍ବରୁ ମନ୍ଦିର ପକ୍ଷରୁ ଅଡିଟ୍‌ କରାଯାଉଥିଲା । ଏବେ ରାଜ୍ୟ ସରକାର ତାହାକୁ ଅଡିଟ୍‌ କରିବେ ।