ନବମ ଶ୍ରେଣୀ ପଞ୍ଜିକରଣ ଶୁଳ୍କରେ ହ୍ରାସ

ଭୁବନେଶ୍ୱର:ରାଜ୍ୟ ସରକାର ନବମ ଶ୍ରେଣୀରେ ଛାତ୍ରଛାତ୍ରୀଙ୍କ ପଞ୍ଜିକରଣ ପାଇଁ ନିଆଯାଉଥିବା ଶୁଳ୍କକୁ ହ୍ରାସ କରିଛନ୍ତି । ନାମ ପଞ୍ଜିକରଣ ପାଇଁ ୪୦ ଟଙ୍କା ହ୍ରାସ କରାଯାଇଛି । ପୂର୍ବରୁ ନବମ ଶ୍ରେଣୀରେ ପଞ୍ଜିକରଣ ପାଇଁ ୧୦୦ ଟଙ୍କା ଦେବା ପଡ଼ୁଥିବାବେଳେ ଏବେ ୬୦ ଟଙ୍କା ଦେବାକୁ ପଡ଼ିବ । ଏହା ସହିତ ଆସନ୍ତା ୩୦ ତାରିଖ ଯାଏଁ ପଞ୍ଜୀକରଣ ସମୟ ସୀମାକୁ ସରକାର ବୃଦ୍ଧି କରିଥିବା ସୂଚନା ମିଳିଛି ।