ଗ୍ରାମ୍ୟ ଉନ୍ନୟନ ବିଭାଗରେ ନୂଆ ବର୍ଷରେ ମାଷ୍ଟର ପ୍ଲାନ, ସଚିବ ପ୍ରଦୀପ ଜେନାଙ୍କ ସୂଚନା ଅପହଁଚ ଗାଁକୁ ରାସ୍ତା ହେବ ପ୍ରାଥମିକତା

ଭୁବନେଶ୍ୱର : ନୂଆ ବର୍ଷରେ  ଗ୍ରାମ୍ୟ ଉନ୍ନୟନ ବିଭାଗର  ମାଷ୍ଟର ପ୍ଲାନ । ରାଜ୍ୟର ଅପହଁଚ ଗାଁକୁ ଚିହ୍ନଟ କରାଯିବ । ସେ ସବୁ ଗାଁକୁ ତିଆରି ହେବ ସବୁଦିନିଆ ରାସ୍ତା । ଏ ନେଇ ସୂଚନା ଦେଇଛନ୍ତି ବିଭାଗୀୟ ସଚିବ ପ୍ରଦୀପ କୁମାର ଜେନା । ରାଜ୍ୟର ଅପହଁଚ ଥିବା ସବୁ ଗାଁକୁ ରାସ୍ତା ହେବା ନେଇ ସରକାର ଗୁରୁତ୍ୱ ଦେଉଥିବା କହିଛନ୍ତି । ଯେଉଁ ଗାଁକୁ ରାସ୍ତା ନଥିବା, ରାସ୍ତା ସଂଯୋଗୀକରଣ କରାଯିବ । ଜିଲ୍ଲା ସଂଯୋଗୀକରଣ ପ୍ଲାନ ୨୦୦୩କୁ ସଂଶୋଧନ କରି ୧୦୦ରୁ ଅଧିକ ଲୋକସଂଖ୍ୟା ଥାଇ ରାସ୍ତା ନଥିଲେ ସେଇ ସବୁ ଗାଁକୁ କିପରି ରାସ୍ତା ହେବ ସେନେଇ ନିୟମ ସଂଶୋଧନ କରାଯାଇ ନୂଆ ପ୍ଲାନରେ ସାମିଲ କରି ସଂଯୋଗ କରାଯିବ। inter state, inter district, inter block  ସଂଯୋଗ ପାଇଁ ନୂଆ ପ୍ଲାନ ପ୍ରସ୍ତୁତ କରାଯାଉଛି। ପୂର୍ବରୁ ୪୩୦୦ ଗାଁକୁ ରାସ୍ତା ନଥିବା ନେଇ କୁହାଯାଇଥିଲା । ହଲେ ବାସ୍ତବତା କଣ ସେନେଇ ରାସ୍ତା ନଥିବା ଅପହଞ୍ଚ ଗାଁ ଚିହ୍ନଟ ପାଇଁ ପଞ୍ଚାୟତିରାଜ, ଜଙ୍ଗଲ, ପୂର୍ତ୍ତି, ଆଦିବାସୀ ବିକାଶ ଓ ଜଳ ସମ୍ପଦ ବିଭାଗର ସମନ୍ୱୟରେ ଗାଁ ଚିହ୍ନଟ କରାଯିବ ଶ୍ରୀ ଜେନା ସୂଚନା ଦେଇଛନ୍ତି । ଏଥି ସହିତ ଅଧିକ ଗାଁକୁ ରାସ୍ତା ନାହିଁ। ଏହି ସଂଖ୍ୟା ଅଧିକ ହୋଇପାରେ କାରଣ ବିଧାନସଭାରେ ଏହି କଥା ଉଠିଛି। ତାହାର ବି ସମୀକ୍ଷା ହେଉଛି। ଫେବ୍ରୁଆରୀ ପହିଲାରୁ ଗ୍ରାମ୍ୟ ଉନ୍ନୟନ ବିଭାଗରେ ମୋ ସରକାର ଲାଗୁ ହେବ ବୋଲି କହିଛନ୍ତି ବିବଆଗୀୟ ସଚିବ ପ୍ରଦୀପ ଜେନା ।ବିଭିନ୍ନ ବିଭାଗର ସଚିବ ଓ ମନ୍ତ୍ରୀ ନିଜ ବିଭାଗର ସଙ୍କଳ୍ପ ରଖିଛନ୍ତି । ଯୋଜନାକୁ ଲୋକଙ୍କ ପାଖରେ ପହଁଚାଇବା ଉପରେ ଗୁରୁତ୍ୱ ଦେଇଛନ୍ତି ।

୧୯୮୯ ବ୍ୟାଚ୍ର ଆଇଏଏସ ଅଫିସର ପ୍ରଦୀପ କୁମାର ଜେନାଙ୍କ କାର୍ଯ୍ୟଦକ୍ଷତା ଯୋଗୁ ରାଜ୍ୟ ସରକାର ତାଙ୍କୁ ପ୍ରମୁଖ ସଚିବ ପାହ୍ୟାରୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପାହ୍ୟାକୁ ପଦୋନ୍ନତି ଦେଇଛନ୍ତି । ଶ୍ରୀ ଜେନା ବର୍ତ୍ତମାନ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଦାୟୀତ୍ୱ ତୁଲାଇବା ସହ ସ୍ୱତନ୍ତ୍ର ରିଲିଫ୍ କମିଶନର ପଦରେ ଅଛନ୍ତି ।