ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ଵର:ଆଜି ରାଜ୍ୟ ସରକାର ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଘୋଷଣା କରିଛନ୍ତି। କେବଳ ତିନି ଜଣ ମନ୍ତ୍ରୀଙ୍କୁ ଛାଡି କ୍ୟାବିନେଟର ସମସ୍ତ ମନ୍ତ୍ରୀମାନଙ୍କୁ ବିଭିନ୍ନ ଜିଲ୍ଲାର ଅଧ୍ୟକ୍ଷ କରାଯାଇଛି। ଅଧ୍ୟକ୍ଷ ହୋଇନଥିବା ୩ ମନ୍ତ୍ରୀ ହେଉଛନ୍ତି ଅରୁଣ ସାହୁ, ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଓ ପ୍ରେମାନନ୍ଦ ନାୟକ। ମନ୍ତ୍ରୀ ପ୍ରଫୁଲ ମଲ୍ଲିକଙ୍କୁ ୨ଟି  ଜିଲ୍ଲା କେନ୍ଦୁଝର ଓ ଦେବଗଡ଼ କମିଟିର ଅଧ୍ୟକ୍ଷ କରାଯାଇଛି।  

ମୟୂରଭଞ୍ଜ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ପ୍ରତାପ ଜେନାଙ୍କୁ ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର। ସେହି ପରି ବାଲେଶ୍ଵର ପାଇଁ ଅନନ୍ତ ଦାସ, ଭଦ୍ରକ-ବ୍ୟୋମକେଶ ରାୟ, ଯାଜପୁର-ସମୀର ଦାଶ, କେନ୍ଦ୍ରାପଡ଼ା-ରଣେନ୍ଦ୍ର ପ୍ରତାପ ସ୍ଵାଇଁ, ଜଗତସିଂହପୁର-ପ୍ରଶାନ୍ତ ମୁଦୁଲି, କଟକ-ପ୍ରମୋଦ ମଲ୍ଲିକ, ପୁରୀ-ନିରଞ୍ଜନ ପୂଜାରୀ, ଖୋର୍ଦ୍ଧା-ପ୍ରଶାନ୍ତ ଜଗଦେବ, ନୟାଗଡ଼-ସତ୍ୟନାରାୟଣ ପ୍ରଧାନ, ଗଞ୍ଜାମ-ଶ୍ରୀକାନ୍ତ ସାହୁବୌଦ୍ଧ-ମହୀଧର ରଣା, ଗଜପତି-ଜଗନ୍ନାଥ ସାରକା, କନ୍ଧମାଳ-ବିକ୍ରମ କେଶରୀ ଆରୁଖ, ସୁବର୍ଣ୍ଣପୁର-ସୁଦାମ ମାରାଣ୍ଡିଙ୍କୁ ନିଯୁକ୍ତ କରାଯାଇଛି। 

ଏହିପରି ରାୟଗଡ଼ା-ପଦ୍ମିନୀ ଦିଆନ, କୋରାପୁଟ-ରଘୁରାମ ପୋଡ଼ାଲ, ନବରଙ୍ଗପୁର-ରଘୁନନ୍ଦନ ଦାସ, ମାଲକାନଗିରି-ତୁଷାରକାନ୍ତି ବେହେରା,ନୂଆପଡ଼ା-ରାଜେନ୍ଦ୍ର ଢୋଲକିଆ, ବଲାଙ୍ଗିର-ନବକିଶୋର ଦାସ, ବରଗଡ଼-ଦେବେଶ ଆଚାର୍ଯ୍ୟ, ସମ୍ବଲପୁର-ସୁଶାନ୍ତ ସିଂହ, ଝାରସୁଗୁଡ଼ା-ପଦ୍ମନାଭ ବେହେରା, ସୁନ୍ଦରଗଡ଼-ଶାରଦା ନାୟକ, ଅନୁଗୁଳ-ଅଶୋକ ପଣ୍ଡା, ଢେଙ୍କାନାଳ-ଦିବ୍ୟଶଙ୍କର ମିଶ୍ର, କଳାହାଣ୍ଡି-ଟୁକୁନି ସାହୁଙ୍କୁ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ କରାଯାଛି। ପ୍ରଫୁଲ ମଲ୍ଲିକଙ୍କୁ ଦୁଇଟି ଜିଲ୍ଲା କେନ୍ଦୁଝର ଓ ଦେବଗଡ଼ର କମିଟି ଅଧ୍ୟକ୍ଷ ରୂପେ ନିଯୁକ୍ତ କରାଯାଇଛି।