ଗୋପାଳପୁର : ଗୋପାଳପୁର ବନ୍ଦରପକ୍ଷରୁ ସୋମବାର ଅର୍ଜୀପାଲ୍ଲୀସ୍ଥିତ ଉଚ୍ଚବିଦ୍ୟାଳୟରେ କରୋନା ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। କୋଭିଡ୍ – 19 ସଚେତନତା କାର୍ଯ୍ୟକ୍ରମରେ ମୁନିସିପେଣ୍ଠ ଗୋଷ୍ଠିସ୍ୱାସ୍ଥ୍ୟକେନ୍ଦ୍ର, ଛତ୍ରପୁର ଏବଂ ବ୍ଲକ ଶିକ୍ଷାକାର୍ଯ୍ୟାଳୟର ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ। ପ୍ରାୟ ନଅ ମାସର ଦୀର୍ଘ ବ୍ୟବଧାନ ପରେ, କୋଭିଡ୍ – 19 ନିର୍ଦ୍ଦେଶାବଳୀକୁ କଡାକଡି ପାଳନକରିବାସହ 8 ଜାନୁଆରୀରେ ସାରାରାଜ୍ୟରେ ବିଦ୍ୟାଳୟଗୁଡ଼ିକ ପୁନଃଆରମ୍ଭ କରାଯାଇଛି | ଏହି ସଚେତନତା କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ପରିସରରେ କିପରି ସାମାଜିକ ଦୂରତା ବଜାୟ ରଖିବେ, କିପରି ସୁରକ୍ଷିତ ଭାବରେ ମାସ୍କ ପିନ୍ଧିବେ ଏବଂ ବିଦ୍ୟାଳୟ ସମୟରେ ବାରମ୍ବାର ହାତ ପରିଷ୍କାର କରିବେ ସେ ବିଷୟରେ ସୂଚନା ଦିଆଯାଇଛି ।
ସଚେତନତା କାର୍ଯ୍ୟକ୍ରମରେ ବ୍ଲକ ଶିକ୍ଷାଅଧିକାରୀ ଅବିନାଶ ସତପଥୀ, ଆୟୁଷଡାକ୍ତର ମଧୁସ୍ମିତା ବେହେରା, ଜନସ୍ୱାସ୍ଥ୍ୟଅଧିକାରୀ ବରୁଣ ପାନିଗ୍ରାହୀ, ବିଦ୍ୟାଳୟରସଭାପତି କେଏଲିୟା, ଅଜୟ କୁମାର ମିଶ୍ର, ଉପସଭାପତୀ (ମାନବସମ୍ବଳ), ଗୋପାଳପୁରବନ୍ଦର, ଛାତ୍ରଛାତ୍ରୀ ଏବଂ ଅନ୍ୟ ମାନେଉ ପସ୍ଥିତ ଥିଲେ। ଗୋପାଳପୁର ବନ୍ଦର ସର୍ବଦା ସାମାଜିକ ଦାୟୀତ୍ବବୋଧ (ସିଏସଆର) ପ୍ରତିପ୍ରତିବଦ୍ଧ। ଗୋପାଳପୁର ବନ୍ଦରପକ୍ଷରୁ ଏହିକାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କୁ ମାସ୍କ ଏବଂ ଜିବାଣୁ ନାଶକ ସାବୁନ୍ବ ଣ୍ଟନକରା ଯାଇଛି |