ଆଜିଠାରୁ ଗୋପାଳପୁର ବେଳାଭୂମି ମହୋତ୍ସବ ଆରମ୍ଭ

ଗଞ୍ଜାମ: ଆଜିଠାରୁ ଗୋପାଳପୁର ବେଳାଭୂମି ମହୋତ୍ସବ ଆରମ୍ଭ ହେବ । ଆଜି ଏହି ମହୋତ୍ସବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବେ ।

୫ଦିନ ଧରି ହେବାକୁ ଥିବା ଏହି ମହୋତ୍ସବରେ ରାଜ୍ୟ ତଥା ରାଜ୍ୟ ବାହାରର ପ୍ରତିଷ୍ଠିତ କଳାକାରଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବ । ଓଲିଉଡ଼ର ବିଭିନ୍ନ ଅଭିନେତା ଅଭିନେତ୍ରୀ ଯୋଗଦେବା କାର୍ଯ୍ୟକ୍ରମ ରହିଛି । ଆଜି ଅପରାହ୍ନ ସମୟରେ ମୁଖ୍ୟମନ୍ତ୍ରୀ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପରେ ପହଂଚି ସେଠାରୁ ଗୋପାଳପୁର ଯିବେ । ଅପରାହ୍ନ ୪ଟା ବେଳେ ଗୋପାଳପୁର ବେଳାଭୂମି ମହୋତ୍ସବର ଉଦଘାଟନ କରିବେ । ଆଜି ସାଂସ୍କୃତିକ କାର୍ଯ୍ୟକ୍ରମରେ କଣ୍ଠଶିଳ୍ପୀ ସୋନୁ ନିଗମ ଯୋଗଦେବେ ।

ଅନ୍ୟପଟେ ବେଳାଭୂମି ମହୋତ୍ସବରେ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ସୁରକ୍ଷାକୁ ଗୁରୁତ୍ୱ ଦେଇଛି ପୋଲିସ । ୪ଜଣ ଅତିରିକ୍ତ ଏସପି, ୧୫ଜଣ ଡିଏସପି, ୧୫୦ଜଣ ଅଫିସରଙ୍କ ସହ ୩୦ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ ।