ଗୁଗୁଲରେ ଭିକାରୀ ସର୍ଚ୍ଚ କଲେ ଆସୁଛି ଇମରାନଙ୍କ ଫଟୋ

ଲାହୋର:ଯଦି ଆପଣ ଗୁଗୁଲ ସର୍ଚ୍ଚ ଇଞ୍ଜିନରେ ଭିକାରୀ ସର୍ଚ୍ଚ କରୁଛନ୍ତି ତେବେ ରେଜଲ୍ଟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ଫଟୋ ଆସୁଛି । ଗୁଗୁଲ ଇମେଜରେ ନଜର ଆସୁଥିବା ଫଟୋରେ ସେ ହାତରେ ଭିକ୍ଷାଥାଳି ଧରିଥିବା ଦେଖିବାକୁ ମିଳିଛି । ଏହି ଫଟୋ ଏଡିଟେଡ୍ ହୋଇଥିଲେ ସୁଧା ଏହା ହିଁ ଗୁଗୁଲ ସୋ କରୁଛି ।

ସୂଚନାଯୋଗ୍ୟ କି, ବର୍ତମାନ ଇମରାନ ଖାନ ଆର୍ଥିକ ସଂକଟରେ ଥିବାବେଳେ ପାକିସ୍ତାନକୁ ଏହି ଅବସ୍ଥାରୁ ବାହାର କରିବା ପାଇଁ ଅନ୍ୟ ଦେଶରୁ ସାହାଯ୍ୟ ନେବା ପାଇଁ ଘୁରି ବୁଲୁଛନ୍ତି । ଭିକାରୀ ସର୍ଚ୍ଚ କରିବା ବେଳେ ତାଙ୍କ ଫଟୋ ଆସିବା ଯୋଗୁଁ ତାଙ୍କ ବ୍ୟକ୍ତିତ୍ୱ ଉପରେ ପ୍ରଭାବ ପକାଇଛି ।

ଏହି ମାମଲାରେ ପାକିସ୍ତାନ ସରାକାର କହିଛନ୍ତି କି, ଏହା ତାଙ୍କ ବିରୁଦ୍ଧରେ ଏକ ଷଡଯନ୍ତ୍ର । ପାକିସ୍ତାନ ସରକାର ଏହି ବିଷୟରେ ଗୁଗୁଲରେ ଅଭିଯୋଗ ମଧ୍ୟ କରିଛନ୍ତି । ସରକାରଙ୍କ କହିବା ଅନୁଯାୟୀ, ଏଥିରେ ଯେ ଖାଲି ପ୍ରଧାନମନ୍ତ୍ରୀଙ୍କ ନୁହଁନ୍ତି ପୁରା ପାକିସ୍ତାନର ଛବି ମଳିନ ହୋଇଛି । ବହୁତ ଶୀଘ୍ର ଏହା ଉପରେ କାର‌୍ୟ୍ୟନୁଷ୍ଠାନ ଗ୍ରହଣ କରାଯିବ ଓ ଏହି ଫଟୋକୁ ହଟାଯିବାକୁ ପାକ୍ ସରକାର ଗୁଗୁଲକୁ କହିଛନ୍ତି ।