ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର; ଏଥର ଯାତ୍ରୀଙ୍କୁ ମିଳିବ କମ୍ୱଳ ଓ ଚାଦର

ରେଳ ଯାତ୍ରୀଙ୍କ ପାଇଁ ବଡ ଖବର ଆସିଛି। ଟ୍ରେନ୍‌ରେ ଦୀର୍ଘ ପଥ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ କମ୍ୱଳ ଓ ବେଡିଂ ଦେବାର ସୁବିଧାକୁ ପୁଣି ଆରମ୍ଭ କରିବାକୁ ଘୋଷଣା କରିଛି ରେଳ ମନ୍ତ୍ରାଳୟ। ରେଲୱେ ପକ୍ଷରୁ ଟ୍ରେନ୍‌ର ଏସି କୋଚ୍‌ରେ କମ୍ୱଳ ଓ ଲିନନ ( ବେଡିଂ ପାଇଁ ମିଳୁଥିବା ଚାଦର ) ଦେବା ସେବା ପାଇଁ ସୂଚନା ଦିଆଯାଇଛି।

ରେଳବାଇ ଦ୍ୱାରା ପ୍ରଦାନ କରାଯାଇଥିବା ଏହି ସୁବିଧା କୋଭିଡ କାରଣରୁ ୨୦୨୦ ମସିହାରେ ବନ୍ଦ ହୋଇଯାଇଥିଲା। ସମସ୍ତ ରେଳ ଜୋନର ଜେନେରାଲ ମ୍ୟାନେଜରମାନଙ୍କୁ ରେଳ ବୋର୍ଡ ଦେଇଥିବା ନିର୍ଦ୍ଦେଶ ଅନୁଯାୟୀ କୁହାଯାଇଛି ଯେ ଏସି ଏସି କୋଚ୍‌ ଭିତରେ ଲିନନ , କମ୍ୱଳ ଓ ଚାଦରର ସପ୍ଲାଇ ତତ୍କାଳ ପ୍ରଭାବ ପୂର୍ବକ ଆରମ୍ଭ କରାଯାଉ।

ସୂଚନାଯୋଗ୍ୟ କୋଭିଡ -୧୯ ମାମଲା ବୃଦ୍ଧି ହେବା ପରେ ୨୦୨୦ ରେ ସତର୍କତା ଭାବରେ ଏସି କୋଚରେ ଦିଆଯାଇଥିବା ଏହି ସୁବିଧା ରେଳବାଇ ବନ୍ଦ କରି ଦେଇଛି। କରୋନା ମହାମାରୀ ସମୟରେ ଲାଗୁ କରାଯାଇଥିବା ପ୍ରତିବନ୍ଧକକୁ ସରକାର ଧୀରେ ଧୀରେ ପୁନଃ ସ୍ଥାପନ କରୁଛନ୍ତି।

ନିକଟରେ ମାର୍ଚ୍ଚ ୨୭ ରୁ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଆରମ୍ଭ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହାପୂର୍ବରୁ ଟ୍ରେନରେ ସଂରକ୍ଷିତ କୋଚ ଲଗାଇବା ପାଇଁ ରେଳବାଇ ମଧ୍ୟ ଏକ ବଡ ନିଷ୍ପତ୍ତି ନେଇଥିଲା। ରେଳବାଇର ଏହି ପଦକ୍ଷେପ ସହିତ କୋଟି କୋଟି ଯାତ୍ରୀ ପୂର୍ବ ଭଳି ଶସ୍ତା ଟିକେଟରେ ଯାତ୍ରା କରିପାରିବେ। ବର୍ତ୍ତମାନ ଏସି କୋଚରେ ଲାଇଲନ୍, କମ୍ବଳ ଏବଂ ପରଦା ଯୋଗାଇଦେବା ପାଇଁ ନିର୍ଦ୍ଦେଶ ଦିଆଯିବା ପରେ ଯାତ୍ରୀମାନେ ବହୁତ ଆରାମ ପାଇବେ।