ଉତମ ପ୍ରଶାସନ ସୂଚକାଙ୍କ ତାଲିକା: ପ୍ରଥମରେ ତାମିଲନାଡୁ, ୧୪ତମ ସ୍ଥାନରେ ଓଡ଼ିଶା

ଭୁବନେଶ୍ୱର/ନୂଆଦିଲ୍ଲୀ: ଉତମ ପ୍ରଶାସନ ସୂଚକାଙ୍କ ତାଲିକା ପ୍ରକାଶ ପାଇଛି । ଏହି ତାଲିକାରେ ପ୍ରଥମ ସ୍ଥାନରେ ତାମିଲନାଡୁ ଥିବାବେଳେ ୧୪ତମ ସ୍ଥାନରେ ରହିଛି ଓଡ଼ିଶା ।

କେନ୍ଦ୍ର କାର୍ମିକ,ସାଧାରଣ ଅଭିଯୋଗ ଓ ପେନସନ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ଏହି ତାଲିକାରେ ମହାରାଷ୍ଟ୍ର ଓ କର୍ଣ୍ଣାଟକ ଯଥାକ୍ରମେ ୨ୟ ଓ ୩ୟ ସ୍ଥାନରେ ରହିଛନ୍ତି ।

ମନ୍ତ୍ରାଳୟ ପକ୍ଷରୁ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ ୩ଟି ବର୍ଗରେ ବିଭକ୍ତ କରାଯାଇଛି । ସେଗୁଡ଼ିକ ହେଲା ବଡ଼ ରାଜ୍ୟ, ଉତ୍ତର-ପୂର୍ବ ଓ ପାହାଡ଼ିଆ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ।

ଉତର-ପୂର୍ବ ଓ ପାହାଡ଼ିଆ ରାଜ୍ୟ ବର୍ଗରେ ହିମାଚଳ ପ୍ରଦେଶ ପ୍ରଥମ ସ୍ଥାନରେ ଥିବାବେଳେ ତା’ତଳକୁ ଉତରାଖଣ୍ଡ,ତ୍ରିପୁରା, ମିଜୋରାମ,ସିକ୍କିମ, ଆସାମ ଆଦି ରାଜ୍ୟ ଅଛନ୍ତି । ଏହି ବର୍ଗର ଶେଷ ସ୍ଥାନରେ ଅରୁଣାଚଳପ୍ରଦେଶ ରହିଛି ।
କେନ୍ଦ୍ର ଶାସିତ ଅଂଚଳ ବର୍ଗରେ ପୁଡ଼ୁଚେରୀ ପ୍ରଥମ ସ୍ଥାନରେ ଥିବାବେଳେ ତା’ତଳକୁ ଚଣ୍ଡିଗଡ଼, ଦିଲ୍ଲୀ, ଦାମନ ଓ ଡିଉ, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଆଦି ରହିଛନ୍ତି । ଏହି ବର୍ଗର ଶେଷ ସ୍ଥାନରେ ଲାକ୍ଷାଦ୍ୱୀପ ରହିଛି ।
ରାଜ୍ୟ ସରକାରଙ୍କ ପ୍ରଶାସନର ଗୁଣବତା ଓ ଲୋକମାନଙ୍କ ଉପରେ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମର ପ୍ରଭାବ ଅନୁସାରେ ଏହି ଉତମ ପ୍ରଶାସନ ସୂଚକାଙ୍କ ପ୍ରସ୍ତୁତ କରାଯାଇଛି ବୋଲି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।