ରାଜ୍ୟ ଜନଜାତି ସଂଗ୍ରହାଳୟକୁ ଆଜି ଭର୍ଚୁଆଲ୍‌ ଟୁର୍‌ରେ ‘ଗୋଣ୍ଡ’ ଜନଜାତିଙ୍କ ଜୀବନଶୈଳୀ ଓ ଚିତ୍ରକଳା

ଭୁବନେଶ୍ୱର: ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଅନ୍ତର୍ଗତ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଏବଂ ପ୍ରଶିକ୍ଷଣ ପ୍ରତିଷ୍ଠାନ, ଭୁବନେଶ୍ୱର ଆନୁକୂଲ୍ୟରେ ସେପେଫମ୍ବର ୬ ତାରିଖ ଦିନ ରାଜ୍ୟ ଜନଜାତି ସଂଗ୍ରହାଳୟକୁ ଦର୍ଶକମାନେ ଭର୍ଚୁଆଲ୍‌ ଟୁର୍‌ରେ ‘ଗୋଣ୍ଡ’ ଜନଜାତିଙ୍କ ଜୀବନଶୈଳୀ, ସଂସ୍କୃତି ଓ ଚିତ୍ରକଳା ଉପରେ ସନ୍ଦର୍ଶନ କରିପାରିବେ ।

gonda sc/st

‘ଗୋଣ୍ଡ’ ଜନଜାତି ଭାରତର ଜନଜାତିମାନଙ୍କ ମଧ୍ୟରେ ପ୍ରମୁଖ ସ୍ଥାନ ଗ୍ରହଣ କରିଥା’ନ୍ତି । ଓଡ଼ିଶାର ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗୀର ଓ କଳାହାଣ୍ଡି ଜିଲ୍ଲାରେ ମୁଖ୍ୟତଃ ‘ଗୋଣ୍ଡ’ ଜନଜାତିମାନେ ବାସ କରିଥା’ନ୍ତି । ସେମାନଙ୍କର ଭାଷା ଗୋଣ୍ଡି (ଦ୍ରାଭିଡିଆନ୍‌) ଓ ଓଡ଼ିଆ (ଇଣ୍ଡୋ-ଆର୍ଯ୍ୟାନ୍‌) ଅଟେ । କୃଷି ଓ ଶ୍ରମଜୀବୀ ସେମାନଙ୍କର ମୁଖ୍ୟ ପେଶା । ‘ଗୋଣ୍ଡ’ ଜନଜାତିମାନଙ୍କର ଘରର ତିନି ପାଶ୍ୱର୍ରେ ବାରଣ୍ଡା ରହିଛି । କାନ୍ଥଗୁଡ଼ିକରେ ସୁନ୍ଦର ପାରମ୍ପରିକ ‘ଗୋଣ୍ଡ’ ଚିତ୍ରକଳା ରହିଛି । ଗୋଟିଏ ପଟେ ପରିବାର ଚଳପ୍ରଚଳ ପାଇଁ ରହିଥିବାବେଳେ ଅନ୍ୟପଟେ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ରଖାଯାଇଛି । କାଠ ପ୍ଲାଟ୍‌ଫର୍ମରେ ଶସ୍ୟସୁରକ୍ଷିତ ରହୁଛି ।

gonda sc/st

ଆଜିର ଭର୍ଚୁଆଲ୍‌ ଟୁର୍‌ରେ ଦର୍ଶକମାନେ ଗୋଣ୍ଡମାନଙ୍କର କଳା ଓ କଳାବସ୍ତୁ ‘ଗୋଣ୍ଡ’ ଚିତ୍ରକଳା ଦେଖିବାର ସୁଯୋଗ ପାଇପାରିବେ । ଅନାଦିକାଳରୁ କାନ୍ଥ ଓ ଚଟାଣରେ ପେଣ୍ଟିଂ କରିବା ‘ଗୋଣ୍ଡ’ମାନଙ୍କର ଏକ ପରମ୍ପରା । ସଂପ୍ରତି ଏହି ଚିତ୍ରକଳା ସେମାନଙ୍କୁ ଅର୍ଥ ଉପାର୍ଜନର ସୁଯୋଗ ଆଣିଦେଇଛି । ଏହି ଜନଜାତି ‘ଗୋଣ୍ଡ’ ବା ‘କୋଇଟୁର୍‌’ ଭାବେ ବେଶ୍‌ ଜଣାଶୁଣା ।

gonda sc/st

ଏହି ରାଜ୍ୟ ଜନଜାତି ସଂଗ୍ରହାଳୟରେ ବିଭିନ୍ନ ଜନଜାତି ସଂପ୍ରଦାୟର ଜୀବନଶୈଳୀ, ସଂସ୍କୃତି ଓ ସେମାନଙ୍କ ଦ୍ୱାରା ବ୍ୟବହୃତ ସାମଗ୍ରୀ ଆଦି ପ୍ରଦର୍ଶିତ ହେଉଛି । ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ରବିବାର ଦିନ ଦର୍ଶକମାନେ @ଟcଟଟ୍ଟrଟ୍ଟi ଓ @ଟଟ୍ଟଟcଛeଠ ପେଜ୍‌ ଖୋଲି ସଂଗ୍ରହାଳୟକୁ ଦେଖିପାରିବେ ବୋଲି ପ୍ରତିଷ୍ଠାନର ନିର୍ଦ୍ଦେଶକ ପ୍ରକାଶ କରିଛନ୍ତି ।