ମାଲେସିଆରୁ ବୁହା ଚାଲିଛି ସୁନା,ଭୁବନେଶ୍ବର ଏୟାର ପୋର୍ଟରୁ ପୁଣି ସୁନା ଜବତ

ଭୁବେନଶ୍ବର :  ଭୁବେନଶ୍ବର ବିମାନ ବନ୍ଦରରୁ ପୁଣି ସୁନା ଜବତ । ଆଜି ଏୟାର ଏସିଆ ଫ୍ଳାଇଟ AK-31ରୁ ଜବତ ହୋଇଛି ସୁନା । ୬୯୦.୫୫ ଗ୍ରାମ ସୁନା ଜବତ କରିଛି କଷ୍ଟମ ବିଭାଗ । ଜବତ କରିବା ସହିତ ଚେନ୍ନାଇର ଜଣେ ଯୁବକଙ୍କ ଅଟକ ରଖି ପଚରା ଉଚରା କରୁଛି କଷ୍ଟମ ବିଭାଗ । ସଂପୃକ୍ତ ଯୁବକ ଜଣଙ୍କ କୁଆଲାଲମ୍ ପୁରରୁ ଚେନ୍ନାଇ ଯାଉଥିଲେ । ଜବତ ସୁନାର ମୂଲ୍ୟ ୨୧ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି । ଏଥର ସୁନାଗୁଡ଼ିକୁ ପାତିଆ ଆକାରରେ ଚାଲାଣ କରାଯାଉଥିଲା