ପୁଣି ବଢ଼ିଲା ସୁନାଦର

ନୂଆଦିଲ୍ଲୀ: ଗତ ସପ୍ତାହରେ ସୁନାଦର କମିଥିବାବେଳେ ଚଳିତ ସପ୍ତାହରେ ସୁନା ଦର ବଢ଼ିବାରେ ଲାଗିଛି । ତେବେ ଆଜି ମଧ୍ୟ ସୁନା ଦର ବଢ଼ିଛି ।

ନୂଆଦିଲ୍ଲୀରେ ମଙ୍ଗଳବାରଦିନ ସୁନାଦର ୧୦ ଗ୍ରାମ ପିଛା ୫୪ ଟଙ୍କା ବୃଦ୍ଧି ପାଇ ୪୦,୮୦୭ ଟଙ୍କାରେ ପହଂଚିଛି । ସୋମବାରଦିନ ମଧ୍ୟ ସୁନାଦର ୪୦,୭୫୩ ଟଙ୍କାକୁ ବୃଦ୍ଧି ପାଇଥିଲା । ତେବେ ରୁପାଦର ଆଜି ହ୍ରାସ ପାଇଛି । ରୁପା କିଲୋଗ୍ରାମ ପିଛା ୫୬ ଟଙ୍କା ହ୍ରାସ ପାଇ ୪୭,୮୦୪ ଟଙ୍କାରେ ପହଂଚିଛି । ଗତକାଲି ଏହା ୪୭,୮୬୦ ଟଙ୍କାରେ ବନ୍ଦ ହୋଇଥିଲା । ମଙ୍ଗଳବାରଦିନ ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କା ୬ ପଇସା ହ୍ରାସ ପାଇ ୭୧.୧୭ରେ ପହଂଚିଛି ।

କେବଳ ସ୍ପଟ ବଜାର ନୁହେଁ ଫ୍ୟୁଚର ବଜାରରେ ମଧ୍ୟ ସୁନାଦର ହ୍ରାସ ପାଇଛି । ଫ୍ୟୁଚର ବଜାରର ଅର୍ଥ ହେଉଛି ଭବିଷ୍ୟତର କୌଣସି ଏକ ସମୟସୀମା ପାଇଁ ବର୍ତ୍ତମାନ ସମୟରେ ଦର ନିର୍ଦ୍ଧାରଣ । ଏମସିଏକ୍ସରେ ଫେବ୍ରୁଆରି ମାସ ପାଇଁ ସୁନାଦର ୧୦ ଗ୍ରାମ ପିଛା ୪୦,୧୫୩ ଟଙ୍କାକୁ ବୃଦ୍ଧି ପାଇଛି । ରୁପା ମଧ୍ୟ ୪୬୯୭୦ ଟଙ୍କାକୁ ବୃଦ୍ଧି ପାଇଛି ।  ଅନ୍ତର୍ଜାତୀୟ ବଜାରରେ ମଧ୍ୟ ସୁନାଦର ଆଉନ୍ସ ପିଛା ୧୫୫୯ ଡଲାରକୁ ବୃଦ୍ଧି ପାଇଛି । ରୁପା ମଧ୍ୟ ଆଉନ୍ସ ପିଛା ୧୮ ଡଲାରକୁ ବୃଦ୍ଧି ପାଇଛି । ସୂଚନାଯୋଗ୍ୟ ଯେ ଏକ ଆଉନ୍ସ ହେଉଛି ୨୮.୩ ଗ୍ରାମ ।