ମହଙ୍ଗା ହେଲା ସୁନା ଓ ରୂପା ଦର

ନୂଆଦିଲ୍ଲୀ:ପୁଣି ବଢିଲା ସୁନା ଦର । କିଛି ଦିନ ହେବ ଲଗାତାର ଭାବେ ସୁନା ରୂପା ଦରରେ ବୃଦ୍ଧି ଘଟୁଛି । ଗୁରୁବାର ଦିନ ମଧ୍ୟ ପୁଣି ବଜାରରେ ସୁନାର ମୂଲ୍ୟ ଉପରେ ୧୧୫ଟଙ୍କା ବୃଦ୍ଧି ଘଟିଥିବା ସୁନା କେତ୍ରାଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ସୁନା ଦର ବୃଦ୍ଧି ପାଇ ଆକାଶ ଛୁଆଁ ହୋଇଛି । 

ଦିଲ୍ଲୀ ସର୍ରଫା ବଜାରରେ ଆଜି ସୁନା ୧୦ଗ୍ରାମ ପିଛା ୧୧୫ ଟଙ୍କା ବୃଦ୍ଧି ପାଇ ୩୯,୦୧୭ ଟଙ୍କା ରେ ପହଂଚିଛି । ଯାହା ବୁଧବାର ଦିନ ୩୮,୯୦୨ ଟଙ୍କା ରହିଥିଲା । ସେହିପରି ରୂପାର ଦର ବୃଦ୍ଧି ପାଇଛି । ରୂପା ମୂଲ୍ୟରେ ୯୫ଟଙ୍କା ବୃଦ୍ଧି ପାଇ କିଲୋ ପିଛା ୪୭,୪୯୦ ଟଙ୍କାରେ ପହଂଚିଛି । ରୂପା ୪୭,୩୯୫ ଟଙ୍କା ପ୍ରତି କିଲୋ ରହିଥିଲା । ଆମେରିକା ଫେଡେରାଲ ଦ୍ୱାରା ସୁଧ ଦରରେ ହ୍ରାସ ପର ଠାରୁ ସୁନା ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ବିଶ୍ୱ ବଜାରରେ ବର୍ତ୍ତମାନ ସୁନା ୧୫୦୦ ଡଲାର ପ୍ରତି ଆଉଁସ ଓ ରୂପା ୧୮ ଡଲାର ପ୍ରତି ଆଉଁସ ରହିଛି ।