ଶସ୍ତା ହେଲା ସୁନା ଦର

ନୂଆଦିଲ୍ଲୀ:ସୁନା କ୍ରେତାଙ୍କ ପାଇଁ ଖୁସିଖବର । ଲଗାତାର ୪ଦିନ ହ୍ରାସ ପାଇଲା ସୁନାରୂପା ଦର । ଦିଲ୍ଲୀ ସରଫା ବାଜାରରେ ସୁନା ମୂଲ୍ୟରେ ୧୭୦ଟଙ୍କା କମ ହୋଇ ୧୦ଗ୍ରାମକୁ ୩୮,୩୯୦ ଟଙ୍କାରେ ପହଂଚିଛି । ସେହିପରି ରୂପା ମୂଲ୍ୟ ମଧ୍ୟ ହ୍ରାସ ପାଇଛି ।

ଗତ ୪ଦିନ ମଧ୍ୟରେ ସୁନା ଦରରେ ମୋଟ ୮୦୫ଟଙ୍କା ହ୍ରାସ ପାଇଛି । ବୂଧବାର ଦିନ ପ୍ରତି ୧୦ଗ୍ରାମ ସୁନା ମୂଲ୍ୟରେ ୨୧୫ ଟଙ୍କା କମ ହୋଇଥିବା ବେଳେ ଗୁରୁବାର ୨୬୯ଟଙ୍କା ହ୍ରାସ ପାଇଥିଲା । କେବଳ ସୁନା ନୁହେଁ ରୂପା ମୂଲ୍ୟ ମଧ୍ୟ ହ୍ରାସ ପାଇଛି । ଆଜି ରୂପା ମୂଲ୍ୟ କିଲୋପ୍ରତି ୧୨୦ଟଙ୍କ କମ ହୋଇ ୪୭,୫୮୦ ଟଙ୍କା ହୋଇଛି । ଗୁରୁବାର ଦିନ ଏହା ୪୭,୭୦୦ ଟଙ୍କା ରହିଥିଲା । 

ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘରୋଇ ମେନୁଫେକଚରିଙ୍ଗ କମ୍ପାନୀକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି । କମ୍ପାନୀଗୁଡ଼ିକ ପାଇଁ ନୂଆ କର୍ପୋରେଟ ଟ୍ୟାକ୍ସ ୨୫.୧୭ପ୍ରତିଶତ ରହିବା ସହ କ୍ୟାପିଟାଲ ଗେନ ଓ ସରଚାର୍ଜ ଶେଷ ପାଇଁ ଘୋଷଣା କରିଛନ୍ତି ।