ରାଜଧାନୀରେ ଘରେ ପଶି ଲକ୍ଷାଧିକ ସମ୍ପତି ଲୁଟିନେଲେ ଦୁର୍ବୃତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଗତକାଲି ବିଳମ୍ବିତ ରାତିରେ ଜଣେ ଲୋକଙ୍କ ଘରେ ପଶି ଲକ୍ଷାଧିକ ଟଙ୍କାର ସମ୍ପତି ଲୁଟିନେଲେ ଦୁର୍ବୃତ । ଏ ନେଇ ଥାନାରେ ଅଭିଯୋଗ ହୋଇଥିବା ଜଣାପଡିଛି । ତେବେ ଏଭଳି ଘଟଣା ଘଟିଛିନନ୍ଦନକାନନ ଥନା ଅନ୍ତର୍ଗତ ରଘୁନାଥପୁରସ୍ଥିତ ସିଏସ୍‌ଏସ୍‌ ହୋମସ୍‌ ଆପାର୍ଟମେଂଟରେ।

ଦୁର୍ବୃତମାନେ ମଧ୍ୟ ରାତ୍ରିରେ ଘରେ ପଶି ୧୦୦ ଗ୍ରାମର ସୁନା ଅଳଙ୍କାର, ପ୍ରାୟ ଅଧକିଲୋ ରୂପା ଗହଣା, ପ୍ରାୟ ୭ ଲକ୍ଷ ଟଙ୍କା, ବିଦେଶୀ ମୁଦ୍ରା ଲୁଟ କରିଥିବା ନନ୍ଦନକାନନ ଥାନାରେ ଅଭିଯୋଗ ହେବା ପରେ ପୋଲିସର ଛାନ୍‌ଭିନ୍‌ ଆରମ୍ଭ କରିଥିବା ଜଣାଯାଇଛି।

ସୂଚନା ଅନୁସାରେ ମୋହନ ପ୍ରସାଦ ଠାକୁର ନାମରେ ଜଣେ ବ୍ୟକ୍ତି ରଘୁନାଥପୁର ଅଂଚଳରେ ଥିବା ସିଏସ୍‌ଏସ୍‌ ହୋମସ୍‌ରେ ରହୁଛନ୍ତି। ଗତକାଲି ସେ ବାହାରକୁ ଯାଇଥିଲେ। ସେ ଘରର ସବୁ ତାଲା ବନ୍ଦ କରି ଯାଇଥିଲେ। ଆଉ ରାତିରେ ଫେରି ନ ଥିଲେ। ଆଜି ସକାଳୁ ଘରକୁ ଫେରିବା ବେଳକୁ ଘରର ମୁଖ୍ୟ ଦ୍ୱାରରେ ଲାଗିଥିବା ତାଲା ଭଙ୍ଗାଯାଇଥିବା ସେ ଦେଖିଥିଲେ। ସେହିପରି ଘର ଭିତରେ ଥିବା ବେଡରୁମର ଆଲମିରା ମଧ୍ୟ ଭଙ୍ଗାଯାଇଥିଲା। ଜିନିଷ ପତ୍ର ଏଣେତେଣେ ପଡ଼ିଥିବା ସେ ଦେଖିବାକୁ ପାଇଥିଲେ। ଘରେ ଥିବା ବିଦେଶୀ ମୁଦ୍ରା ଓ ନଗଦ ଟଙ୍କା, ସୁନା, ରୂପା ଆଦି ଗହଣ ଲୁଟ ହୋଇଯାଇଥିଲା।