ବିମାନ ବନ୍ଦରରୁ ପୁଣି ସୁନା ଜବତ

ଭୁବନେଶ୍ୱର: ଆଜି ଭୁବନେଶ୍ୱର ବିମାନ ବନ୍ଦରରୁ ପୁଣି ସୁନା ଜବତ ହୋଇଛି। ବ୍ୟାଙ୍କକରୁ କୋଲକାତା ଆସୁଥିବା ଜଣେ ଯାତ୍ରୀଙ୍କଠାରୁ କଷ୍ଟମ ବିଭାଗ ୨୮୩ ଗ୍ରାମ ସୁନା ଜବତ କରିଛି। ଯାହାର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ। ଭୁବନେଶ୍ୱର ବିମାନ ବନ୍ଦରରୁ ବାରମ୍ବାର ସୁନା ଜବତ ହେଉଛି। ପ୍ରାୟ ପ୍ରତିଥର ନୂଆ ନୂଆ ଉପାୟରେ ସୁନା ଆଣୁଥିବା ଦେଖିବାକୁ ମିଳୁଛି। ଏଥର ଯାତ୍ରୀ ଜଣଙ୍କ ତାଙ୍କ ପୋଷାକର ବୋତାମରେ ସୁନା ଆଣୁଥିବା ବେଳେ ଧରା ପଡ଼ିଛନ୍ତି। ସୂଚନାଯୋଗ୍ୟ, ଗତ ୨୦ ତାରିଖରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରୁ ଜଣେ ମହିଳାଙ୍କ ପାଖରୁ ପ୍ରାୟ ୧ କେଜି ଓଜନର ସୁନା ଜବତ କରାଯାଇଥିଲା। ଚୋରା ଚାଲାଣ ବେଳେ ରାଜସ୍ୱ ବିଭାଗର ଗୁଇନ୍ଦା ଅଧିକାରୀ ଏହାକୁ ଜବତ କରିଥିଲେ।