ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ୪୨୦ !

ଠକେଇରେ ଭାବି ଜ୍ୱାଇଁଙ୍କୁ ସହଯୋଗ ଅଭିଯୋଗରେ ପ୍ରଦୀପ ପାଣିଗ୍ରାହୀଙ୍କୁ ଗିରଫ କରିଛି  କ୍ରାଇମବ୍ରାଞ୍ଚ 

ଭୁବନେଶ୍ବର : ବେନାମୀ ଅର୍ଥ କାରବାର ମାମଲାରେ କ୍ରାଇମବ୍ରାଞ୍ଚ ପ୍ରଦୀପ ପାଣିଗ୍ରାହୀଙ୍କୁ ଗିରଫ କରିଛି । ଆକାଶ ପାଠକଙ୍କ କାରବାରରେ ପ୍ରଦୀପଙ୍କ ସମ୍ପୃକ୍ତି ନେଇ ଅଭିଯୋଗ ହୋଇଥିଲା । ପ୍ରଦୀପଙ୍କ ବିରୋଧରେ ଆଇପିସିର ଧାରା ୪୧୯, ୪୨୦, ୪୬୭, ୪୬୮, ୪୬୯, ୪୭୧, ୧୨୦ (ବି) ଲାଗିଛି । ଏଥିସହ ଆଇଟି ଆକ୍ଟ ୨୦୦୦ ସେକ୍ସନ ୬୬ ସି ଓ ୬୬ ଡି ଧାରା ଲାଗିଛି । ଆକାଶଙ୍କ ଟାଟା ମୋଟର୍ସରେ ଚାକିରି କରାଇବା ମାମଲାକୁ ସାଇବର ଅପରାଧ ଭାବେ ନେଇଛି କ୍ରାଇମବ୍ରାଞ୍ଚ । ଏହି ସବୁ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ସର୍ବାଧିକ ୭ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ହେଇପାରେ । ଗିରଫ ପ୍ରଦୀପ ପାଣିଗ୍ରାହୀଙ୍କୁ କିଛି ସମୟ ମଧ୍ୟରେ କୋର୍ଟରେ କ୍ରାଇମବ୍ରାଞ୍ଚ ହାଜର କରିବ ।

ପ୍ରଦୀପଙ୍କ ବିରୋଧରେ ଆଇପିସିର ଧାରା ୪୧୯, ୪୨୦, ୪୬୭, ୪୬୮, ୪୬୯, ୪୭୧, ୧୨୦ (ବି) ଲାଗିଛି । ଏଥିସହ ଆଇଟି ଆକ୍ଟ ୨୦୦୦ ସେକ୍ସନ ୬୬ ସି ଓ ୬୬ ଡି ଧାରା ଲାଗିଛି ।

ଠକେଇ ଓ ଷଡ଼ଯନ୍ତ୍ରର ମାଫିଆ ଯିଏ କି ଜଣେ ଜନ ପ୍ରତିନିଧି ପ୍ରଦୀପ ପାଣିଗ୍ରାହୀ । କ୍ରାଇମବ୍ରାଞ୍ଚ ଜେରା ପରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଗିରଫ କରିଛି । ଠକେଇରେ ଭାବି ଜ୍ୱାଇଁଙ୍କୁ ସହଯୋଗ, ଲୋକଙ୍କ ସହ ଚିଟିଂ କରି ପ୍ରଦୀପ ଲକ୍ଷାଧିକ ଟଙ୍କା ଆଦାୟ କରିଥିଲେ । ଆଉ ଆକାଶ-ପ୍ରଦୀପଙ୍କ ଆକାଉଣ୍ଟରେ ଅର୍ଥ କାରବାର ହୋଇଥିଲା । ଏହିଭଳି ଭାବେ ଭାବି ଜ୍ୱାଇଁ ଓ ଶ୍ୱଶୁର ଗଞ୍ଜାମର ୬୮ ଜଣଙ୍କୁ ଏମିତି ଠକିଥିବା ଅଭିଯୋଗ ହୋଇଥିଲା ।