ଗୋଆ ପାଇଁ ଶିବସେନାର ନିର୍ବାଚନୀ ଇସ୍ତାହାର ପ୍ରକାଶ

ପାଣାଜୀ : ଗୋଆ ଲୋକସଭା ନିର୍ବାଚନ ପାଇଁ ଶିବସେନା ପକ୍ଷରୁ ମଙ୍ଗଳବାର ନିର୍ବାଚନୀ ଇସ୍ତାହାର ପ୍ରକାଶ ପାଇଛି। ଏଥିରେ ଖଣି ଖନନ ପୁନଃ ଆରମ୍ଭ, ବନ୍ୟଜୀବୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ପ୍ରତିଶ୍ରୁତି ଦିଆଯାଇଛି। ଗୋଆ ଶିବସେନା ପ୍ରଦେଶ ସଭାପତି ତଥା ଦକ୍ଷିଣ ଗୋଆ ଲୋକସଭା ପ୍ରାର୍ଥୀ ରାକ୍ଷୀ ପ୍ରଭୁଦେସାଇ ନାଇକ ମଙ୍ଗଳବାର ମଡ଼ଗାଓଁଠାରେ ନିର୍ବାଚନୀ ଇସ୍ତାହାର ଉନ୍ମୋଚନ କରିଥିଲେ। ପ୍ରଭୁଦେସାଇ କହିଛନ୍ତି ଯେ ଶିବସେନା ଖଣି ଖନନ ଉପରେ ନିର୍ଭରଶୀଳ ଲୋକଙ୍କ ସହ ଠିଆ ହୋଇଛି। ନିର୍ବାଚନରେ ଜିତିଲେ ତୁରନ୍ତ ଖନନ ପ୍ରକ୍ରିୟା ଆରମ୍ଭ କରିବୁ।
ପ୍ରକାଶଯୋଗ୍ୟ ଯେ ସୁପ୍ରିମକୋର୍ଟ ଗତ ମାର୍ଚ୍ଚ ମାସରେ ୮୮ଟି ଖଣିର ଲିଜ ନବିକରଣକୁ ଖାରଜ କରିଦେଇଥିଲେ। ଫଳରେ ମାର୍ଚ୍ଚ ମାସରୁ ଖଣି ଖନନ ବନ୍ଦ ଅଛି। ଗୋଆର ଦୁଇଟି ଲୋକସଭା ଆସନ ପାଇଁ ଅପ୍ରେଲ ୨୩ରେ ମତଦାନ ହେବ। ଦକ୍ଷିଣ ଗୋଆ ଲୋକସଭା ଆସନରୁ ଶିବସେନା ନିର୍ବାଚନ ଲଢୁଛି। ଏହି ଲୋକସଭା ଆସନ ପାଇଁ ଶିବସେନା ପକ୍ଷରୁ ପ୍ରଭୁଦେସାଇ, ବିଜେପି ପକ୍ଷରୁ ନରେନ୍ଦ୍ର ସୱାଇକାର, କଂଗ୍ରେସ ପକ୍ଷରୁ ଫ୍ରାନ୍ସିସ ସରାଦିହ୍ନା ପ୍ରାର୍ଥୀ ହୋଇଛନ୍ତି।