ରାଜଧାନୀରେ ଫୁଟିଲା ଗୁଳି; ଆହତ ହେଲେ ଫ୍ୟାଶନ ଡିଜାଇନିଂ ଛାତ୍ରୀ

ଭୁବନେଶ୍ବର: ରାଜଧାନୀରେ ଫୁଟିଲା ଗୁଳି। ଏଥର ଦୁର୍ବୃତଙ୍କ ଟାର୍ଗେଟରେ ଫ୍ୟାଶନ ଡିଜାଇନର ଛାତ୍ରୀ । ଗୁଳିମାଡର ଶିକାର ହୋଇଥିବା ଯୁବତୀ ଜଣକ ନିଫ୍ଟର ଫ୍ୟାଶନ ଡିଜାଇନିଂ ଛାତ୍ରୀ ଅଟନ୍ତି।

ସୂଚନା ଅନୁସାରେ, ଇନଫୋସିଟି ଥାନା କୋୟଲ କ୍ୟାମ୍ପସ ନିକଟରେ ଏହି ଗୁଳିମାଡ ହୋଇଛି। ଯୁବତୀଙ୍କ ଦୁଇ ଜଙ୍ଘରେ ଦୁଇଟି ଗୁଳି ବାଜିଛି। ସେ କାନନ ବିହାର ଫେଜ ୨ ନିଫ୍ଟର ଷ୍ଟୁଡେଂଟ ବୋଲି ଜଣାପଡିଛି। ଯୁବତୀ ଜଣଙ୍କୁ କଳିଙ୍ଗ ହସପିଟାଲରେ ଗୁରୁତର ଭାବେ ଭର୍ତି କରାଯାଇଛି। ଛାତ୍ରୀଙ୍କ ଘର ବାଲେଶ୍ୱରରେ।

ମିଳିଥିବା ସୂଚନା ମୁତାବକ ଏହି ଗୁଳି ମାଡ଼ ପ୍ରେମ ବ୍ୟାପାରକୁ ନେଇ ହୋଇଥିବା ଅନୁମାନ କରାଯାଉଛି। କମିଶନରେଟ୍‌ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ମାତ୍ର ଏପର୍ଯ୍ୟନ୍ତ ଅଭିଯୁକ୍ତଙ୍କ ପାଖରେ ପହଂଚି ପାରିନାହିଁ।