କ୍ଲାସ ରୁମରେ ଛାତ୍ରୀଙ୍କ ଅଶୋଭନୀୟ କାଣ୍ଡ ଦେଖି ଶିକ୍ଷକ ତାଜୁବ, ତେବେ କଣ କରୁଥିଲେ ଏକାଦଶ ଶ୍ରେଣୀର ଛାତ୍ରୀ ?

ପଞ୍ଜାବ : ସ୍କୁଲ ବା କଲେଜ ହେଉଛି ବିଦ୍ୟାର ମନ୍ଦିର । ଏଠି ପାଠ ପଢିବା ସହ ଭବିଷ୍ୟତ ଗଢିବାକୁ ଆସିଥାନ୍ତି ଛାତ୍ର ଛାତ୍ରୀ । ହେଲେ ପାଠ ପଢାବେଲେ କ୍ଲାସ ରୁମରେ ବସି ସମସ୍ତଙ୍କ ଆଗରେ ଜଣେ ଛାତ୍ରୀ ଆଶୋଭନୀୟ କାରନାମା କରୁଥିଲେ । ତାହା ପୁଣି କ୍ଲାସ ରୁମରେ ସମସ୍ତଙ୍କ ଆଗରେ । ତେବେ ଶିକ୍ଷକ ଯେତେବେଳେ ଏକଥା ଦେଖିଲେ ସେ ବି ତାଜୁବ ହୋଇଯାଇଥିଳେ । ଆଉ ଶିକ୍ଷକଙ୍କ ନଜରେ ଧରା ପଡିବା ପରେ ଘଟଣା ପଦାକୁ ଆସିଥିଲା ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଘଟଣାଟି ଘଟିଛି ପଞ୍ଜାବର ଜଳନ୍ଧର ଥାନା ଏରିଆର ଏକ ସରକାରୀ ସ୍କୁଲରେ ।
ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ ଜଳନ୍ଧର ଅଞ୍ଚଳରେ ଥିବା ଏକ ସରକାରୀ ସ୍କୁଲରେ ଘଠିଛି ଏକ ଅଶୋଭନୀୟ ଘଟଣା । ସ୍କଲ କ୍ଲାସ ରୁମରେ ନିଜର ସବୁ ସହପାଠୀଙ୍କ ଆଗରେ ଏକ ଅଶୋଭନୀୟ କାରନାମା ଆରମ୍ଭ କରିଦେଇଥିଲେ ଏକାଦଶ ଶ୍ରେଣୀର ଛାତ୍ରୀ । ପାଖରେ ବସିଥିବା ଛାତ୍ର ଛାତ୍ରୀ ବି ହଠାତ ଏକଥା ବୁଝିପାରି ନଥିଲେ । ଛାତ୍ରୀ ଜଣଙ୍କ କେବଳ କାରନାମା କରି ନଥିଲେ ବଡ ପାଟି କରି ଅପଶଦ୍ଧ କହିବା ଆରମ୍ଭ କରିଥିଲେ । ସେତେବେଲେ କ୍ଲାସ ରୁମରେ କେହି ଶିକ୍ଷକ ନଥିଲେ । ପରେ ଛାତ୍ର ଛାତ୍ରୀଙ୍କ ଭିତରୁ କେହି ସାରଙ୍କୁ ଖବର ଦେଇଥିଲେ । ତେବେ ସାର ଆସି ବିଯାହା ଦେଖିଲେ ତାହା ସେ ନିଜେ ବିବିଶ୍ୱାସ କରି ପାରି ନଥିଲେ । ପ୍ରଧାନଶିକ୍ଷକ ଆସି କ୍ଲାସରୁମରେ ଯାହା ଦେଖିଲେ ସେଥିରେ ସେମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଛାତ୍ରୀ ଜଣଙ୍କ ସ୍କୁଲର କ୍ଲାସ ରୁମରେ ମଦ ପିଉଥିବାର ଦେଖାଗଲା । ତାଙ୍କ ପାଖରୁ ମଦ ବୋତଲ ମିଳିଲା ଓ ପାଟିରୁ ମଦ ଗନ୍ଧ ବାହାରୁଥିଲା ।
ଏସଂପର୍କରେ ପ୍ରଧାନ ଶିକ୍ଷକ ଛାତ୍ରୀଙ୍କ ହରକତ ନେଇ ତାଙ୍କ ବାପା ମାଙ୍କୁ ଜଣାଇଥିଲେ ଏହା ସହ ତାଙ୍କୁ ସ୍କୁଲରୁ ଟିସି ଦେଇ ବିଦା କରିଦେଲେ । ତେବେ ଘଟଣା ସଂପର୍କରେ ପଚାରିବାରୁ ଛାତ୍ରୀଙ୍କ ବାପା ଶିକ୍ଷକଙ୍କୁ ଯାହା କହିଥିଲେ ତାହା ମଧ୍ୟ ଆଉ ଏକ ଆଶ୍ଚର୍ଯ୍ୟ କଲାଭଳି ଥିଲା । ଛାତ୍ରୀ ଜଣକଙ୍କ ବାପା ଏକ ହୋଟେଲରେ ୱଟର ଭାବେ କାମ କରନ୍ତି । ଘରକୁ ଫେରିବାବେଲେ ହୋଟେଲ ପାର୍ଟିରୁ ବଳିଥିବା ମଦ ନଜ ଘରକୁ ନେଇ ଆସନ୍ତି ଆଉ ତାଙ୍କ ଝିଅ ସେହି ମଦକୁ ଲୁଚେଇ ଲୁଚେଇ ପିଇ ମଦ ପିଇବାରେ ଅଭ୍ୟସ୍ତ ହୋଇଯାଇଛି । ଆଉ ନିଶାରେ ପଡିଯିବା ପରେ ସ୍କୁଲକୁ ମଧ୍ୟ ନେଇକି ଆସୁଥିଲେ । ହେଲେ ଘଟଣା ଦିନ କ୍ଲାସରେ ଶିକ୍ଷକ ନଥିବାରୁ ସେ ନିଜକୁ ସମ୍ଭାଳି ନପାରି କ୍ଲାସ ରୁମରେ ପିଇଦେଇ ଧରାପଡିଗଲେ ।
ତେବେ ଏଠି ପ୍ରଶ୍ନ ୁ ଉଠୁଛି ଏଭଳି ସ୍ତିତି ପାଇଁ ଓ ଛାତ୍ରୀଙ୍କ କ୍ୟାରିୟର ନଷ୍ଟ ହେବା ଲାଗି କିଏ ଦାୟୀ? ଛାତ୍ରୀ ନିଜେ ନା ତାଙ୍କ ବାପା ?