ଶ୍ରୀମନ୍ଦିର ଭିତର ବେଢାର ଦୃଶ୍ୟ ଭାଇରାଲ ମାମଲା, ଫେସବୁକରେ କ୍ଷମା ମାଗିଲେ ଯୁବତୀ

ପୁରୀ:ଶ୍ରୀମନ୍ଦିର ଭିତର ବେଢାର ଦୃଶ୍ୟ ଭାଇରାଲ କରିଥିବା ଯୁବତୀ ଆଜି ଫେସବୁକରେ କ୍ଷମା ମାଗିଛନ୍ତି । ଏପରି ଭୁଲ ଆଉ କେବେ କରିବେନି ବୋଲି ସେ କହିଛନ୍ତି ।

ଗତ ୪ଦିନ ତଳେ ଶ୍ରୀମନ୍ଦିର ଭିତର ବେଢାର ଦୃଶ୍ୟକୁ ନେଇ ଜଣେ ଯୁବତୀ ଟିକଟକ୍ କରିଥିଲେ । ଯାହା ଭାଇରାଲ ହୋଇଥିଲା । ଏପରିକି ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ମନ୍ଦିର ଭିତରକୁ ମୋବାଇଲ ବ୍ୟାନ ହୋଇଥିବା ବେଳେ ଜଣେ ଯୁବତୀ କିପରି ଏତେ ସାହୀସର ଟିକଟକ୍ କଲେ ତାକୁ ନେଇ ବିବାଦ ମଧ୍ୟ ଉପୁଜିଥିଲା । ତେବେ ଆଜି ଯୁବତୀଜଣଙ୍କ ଫେସବୁକରେ କ୍ଷମା ମାଗିଛନ୍ତି । ଖୋର୍ଧା ଅଂଚଳର ମାମଲି ମହାପାତ୍ର ନାମକ ଏହି ଯୁବତୀ ଆଉ କେବେ ଏପରି ଭୁଲ କରିବେ ନାହିଁ ବୋଲି ଏକ ଅଡିଓ ମେସେଜରେ କହିଛନ୍ତି ।