ଶିଶୁକନ୍ୟାର ମୃତଦେହ ଉଦ୍ଧାର

ଭୁବନେଶ୍ୱର: ଆଜି ଏକ ଶିଶୁକନ୍ୟାର ମୃତଦେହ ଉଦ୍ଧାର କରାଯାଇଛି । ଶିଶୁଟିର ବୟସ ୮ରୁ ୯ମାସ ହେବ ବୋଲି ଅନୁମାନ କରାଯାଉଛି । ସୂଚନାଯୋଗ୍ୟ, ଆଜି ଭୁବନେଶ୍ୱର ପଟିଆ ଅଞ୍ଚଳରେ ଜଣେ ଗାଈଆଳ ପିଲା ଖଲିଖମା ପୋଲ ତଳେ ଥିବା ବିଲ୍‌ ନିକଟରୁ ଏକ ଶିଶୁକନ୍ୟା ପଡ଼ିଥିବା ଦେଖିବାକୁ ପାଇଥିଲା। ଏହାପରେ ସେ ସ୍ଥାନୀୟଲୋକଙ୍କୁ ଏନେଇ ଖବର ଦେବା ପରେ ପୁଲିସକୁ ଜଣାଇଥିଲା। ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଶିଶୁକନ୍ୟାକୁ ଉଦ୍ଧାର କରି କ୍ୟାପିଟାଲ ହସ୍‌ପିଟାଲ୍‌କୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି। ଶିଶୁଟିର ମୁହଁକୁ କେହି ପଥରରେ ଛେଚି ରକ୍ତାକ୍ତ କରି ଦେଇଥିବା ଜଣାପଡ଼ିଛି।