ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ସିଏଜି ଗିରୀଶ ଚନ୍ଦ୍ର ମୁର୍ମୁ

ଭୁବନେଶ୍ବର : ଭାରତର ମୁଖ୍ୟ ମହାଲେଖାକାର (ସିଏଜି) ଗିରିଶ ଚନ୍ଦ୍ର ମୁର୍ମୁ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାକଙ୍କୁ ସାକ୍ଷାତ କରିଛନ୍ତି। ସନ୍ଧ୍ୟାରେ ଶ୍ରୀ ମୁର୍ମୁ ନବୀନ ନିବାସରେ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତ କରିବା ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି।


ସୂଚନାଯୋଗ୍ୟ ଗତ ଶନିବାର ଠାରୁ ପାଞ୍ଚ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ସିଏଜି ଗିରୀଶ ଚନ୍ଦ୍ର ମୁର୍ମୁ ଆସନ୍ତାକାଲି ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଜଣାପଡିଛି। ଶ୍ରୀ ମୁର୍ମୁ ସିଏଜି ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ଏହା ତାଙ୍କର ପ୍ରଥମ ଅଫିସିଆଲ ଓଡ଼ିଶା ଗସ୍ତ। ଏହି ଗସ୍ତ ବେଳେ ଶ୍ରୀ ମୁର୍ମୁଙ୍କର କେତେକ ଘରୋଇ କାର୍ଯ୍ୟକ୍ରମ ରହିଥିଲା। ଶ୍ରୀ ମୁର୍ମୁ ତାଙ୍କର ଏହି ଗସ୍ତ ମଧ୍ୟରେ ପ୍ରଥମ ଦିନ ୨୬ ତାରିଖ ଅର୍ଥାତ ଶନିବାର ଅପରାହ୍ନରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ବାଲେଶ୍ବର ଅଭିମୁଖେ ଗସ୍ତ କରିଥିଲେ। ଏହା ପରେ ୨୭ ତାରିଖରେ ବାରିପଦା ଗସ୍ତରେ ଯାଇଥିଲେ।