ବିଜେପିରୁ ହିଞ୍ଜିଳରେ ଏକାଧିକ ଆଶାୟୀ ଆଗରେ ଗିରିଧର !

ଗଞ୍ଜାମ : ରାଜ୍ୟ ରାଜନୀତିରେ ସବୁଠୁ ଚର୍ଚ୍ଚିତ ନିର୍ବାଚନ ମଣ୍ଡଳୀ ହେଉଛି ଗଞ୍ଜାମର ହିଞ୍ଜିଳି ନିର୍ବାଚନ ମଣ୍ଡଳୀ । ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଆସନରୁ ଲଗାତାର ୪ ଟର୍ମ ଜିତି ୧୯ ବର୍ଷ ଧରି ରାଜ୍ୟ ଶାସନଗାଦିରେ ବସିଛନ୍ତି । ଏମିତିବି ନବୀନଙ୍କ ପ୍ରାର୍ଥୀ ହେବା ପରଠୁ ଅର୍ଥାତ ୧୯୯୫ ନିର୍ବାଚନ ପରେ ଏହି ଆସନ ନବୀନଙ୍କ କବ୍ଜାରେ୍ ରହିଛି । ଏଥରବି ହିଞ୍ଜିଳିରୁ ୫ମ ଥର ଲାଗି ବିଜେଡି ସିପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ଚିଲିଛି ।

ତେବେ ବିଜେପିରୁ କିଏ ନବୀନଙ୍କ ସହ ଲଡିବ ବୋଲି ଚର୍ଚ୍ଚା ହେଉଛି । ହିଞ୍ଜିଳିରୁ ଲଢିବାକୁ ବିଜେପିର ଅନେକ ଆଶାୟୀ ଅଛନ୍ତି । ୨୦୦୯ ଓ ୨୦୧୪ ନିର୍ବାଚନରେ ହିଞ୍ଜିଳୁରୁ ଲଢିଥିଲେ ବିଜେପିର ଦେବାନନ୍ଦ ମହାପାତ୍ର । ୨୦୦୯ରେ ୭ ହଜାର ୩୮୯ ଭୋଟ ୨୦୧୪ରେ ୧୨ ହଜାର ୨୮୩ ଖଣ୍ଡ ଭୋଟ ପାଇଥିଲେ । ହେଲେ ଏଥର ଦେବାନନ୍ଦ ଲଢିବେନି ବୋଲି ଶୁଣିବାକୁ ମିଳୁଛି ଆଉ ତାଙ୍କୁ ଯଦି ଦଳୀୟ ଟିକେଟ ନମିଳେ ତେବେ ତାଙ୍କ ନିଜର ଜଣେ ସମର୍ଥକଙ୍କୁ ଟିକେଟ ଦେବାକୁ ସେ କାଳେ ଲବି କରୁଥିବା ଶୁଣାଯାଉଛି । ଅନ୍ୟ ପଟେ ବିଜେପିର ମହିଳାନେତ୍ରୀ ଅଭିନେତ୍ରୀ ପିଙ୍କି ପ୍ରଧାନ କୁଆଡେ ହିଞ୍ଜିଳିରୁ ଲଢିବାକୁ ଆଗ୍ରହୀ ବୋଲି ଶୁଣିବାକୁ ମିଳୁଛି । ସେପଟେ ପିଙ୍କିଙ୍କୁ ବିଜେପିର ଗୋଟିଏ ଗୋଷ୍ଠି ପ୍ରାର୍ଥୀ କରା ନଯାଉ ବୋଲି ଦଳର ନେତାଙ୍କୁ କହିଥିବା ଶୁଣାଗଲାଣି । ଏକଥା ବି ଚର୍ଚ୍ଚା ହେୁଛି ପିଙ୍କିି ପ୍ରଧାନ କାଳେ ଦିଗପହଣ୍ଡିରୁ ଲଢିବେ ବୋଲି ଦଳ ସ୍ଥିର କରିଛି । ଏମାନଙ୍କ ଛଡା ହିଞ୍ଜିଳିରୁ ବିଜେପିର ଆଉ ଜଣେ ଆଶାୟୀ ଗିରୀଧର ପାଢୀଙ୍କ ନାଁ ସବୁ ଠୁ ବେଶୀ ଚର୍ଚ୍ଚାରେ ରହିଥିବା କୁହାଯାଉଛି । ଗିରିଧର ମଧ୍ୟ ହିଞ୍ଜିଳିର ସ୍ଥାନୀୟ ନେତା ହୋଇଥିବାରୁ ବିଜେପିର ଯୁବ ଗୋଷ୍ଠି ଓ ସ୍ଥାନୀୟ କର୍ମୀ କୁଆଡେ ତାଙ୍କ ସପକ୍ଷରେ ମତ ରଖୁଛନ୍ତି । ସ୍ଥାନୀୟ ପ୍ରାର୍ଥୀ ହୋଇ ଥିବାରୁ ଗିରିଧରଙ୍କୁ ବିଜେପି ପ୍ରାର୍ଥୀ କଲେ ଏଥର ଦଳର ଭୋଟ ହାର ବଢିବ ଓ ସଙ୍ଗଠନ ମଜଭୁତ ହେବ ବୋଲି କର୍ମୀଙ୍କ ଯୁକ୍ତି ରହୁଛି ।

ସେପଟେ ନିଜର ସମର୍ଥକଙ୍କୁ ନେଇ ଗିରିଧର ବାବୁ ହିଞ୍ଜିଳୀରେ ନିଜର ସଂଗଠନ ଦୀର୍ଘ ଦିନ ଥରି ଜାରି ରଖିଥିବା ତାଙ୍କ ସମର୍ଥ ମାନେ କହିବୁଲୁଛନ୍ତି । ଖାସ କରି ସମାଜ ସେବାକ୍ଷେତ୍ରରେ ତାଙ୍କ ସୁନାମ ରହିଛି । ୟୁଇ କେୟାର ନାମକ ଏକ ସଂଗଠନ ମାଧ୍ୟମରେ ସେ ହିଞ୍ଜିଳିରେ ଲୋକମାନଙ୍କ ପାଖରେ ପହଁଛି ଛନ୍ତି । ଜଣେ ସ୍ୱଛ ଓ ନୂଆ ଚେହେରା ଭାବେ ଦଳୀୟ ଟିକେଟ ପାଇଁ ଏବେ ଆଶା ରଖିଛନ୍ତି ଗିରିଧର । ଗିରିଧରଙ୍କ ପ୍ପାର୍ଥୀ ସପକ୍ଷରେ ବିଜେପିର ଏକ ବଡ ଗୋଷ୍ଠି ବିଜେପି କାର୍ଯ୍ୟାଳୟ ଆସି ଗିରିଧରଙ୍କ ସପକ୍ଷରେ ଦଳୀୟ ନେତାଙ୍କୁ ଭେଟିଥିବା ମଧ୍ୟ ସୂଚନା ମିଳିଛି । ଏମିତିତି ବି ୨୦୦୯ ଓ ୨୦୧୪ରେ ୧୫ ହଜାର ଭୋଟ ଛୁଇଁ ପାରିନଥିବା ଦେବାନନ୍ଦଙ୍କୁ ପ୍ରାର୍ଥୀ ନକରି ହିଞ୍ଜିଳିର ଜଣେ ସ୍ଥାନୀୟ ଯୁବ ନେତା ଓ ନୂଆ ଚେହେରାଙ୍କୁ ପ୍ରାର୍ଥୀ କରିବାକୁ ବିଜେପିର ସ୍ଥାନୀୟ ଏକ ଗୋଷ୍ଠି ଯୁକ୍ତି ରଖିଛନ୍ତି । ତେବେ ବିଜେଡି ସୁପ୍ରିମୋଙ୍କ ସହ ଲଢିବାକୁ ବିଜେପି ନୂଆ ମୁହଁ ଉପରେ ଭରସା କରିପାରେ ବୋଲି କୁହାଯାଉଛି ।