ସ୍କୁଲରେ ମାତିଛି ଭୂତ : କାନ୍ଦୁଛି ଅତୃପ୍ତ ଆତ୍ମା, ବଖାଣୁଛି ମୃତ୍ୟୁର କାହାଣୀ,ସ୍କୁଲ ଛାଡିଲେ ଛାତ୍ରୀ

ଭୁବନେଶ୍ବର  : କାନ୍ଦୁଛି ଅତୃପ୍ତ ଆତ୍ମା । ଭୁତ କହୁଛି ମୃତ୍ୟୁର କାହାଣୀ । କେନ୍ଦୁଝର ବାଂଶପାଳ ବ୍ଲକ ବାୟାପଣ୍ଡାଧାର ଆଶ୍ରମ ସ୍କୁଲରେ ମାତିଛି ଭୂତ । ୪ ବର୍ଷ ତଳେ ସ୍କୁଲରେ ଆତ୍ମହତ୍ୟା କରିଥିବା ଛାତ୍ରୀ ଖୋଜୁଛି ମୃତ୍ୟୁ ବେଳର ଚିଠି । ସେହି ସ୍କୁଲର ଅନ୍ୟ ଜଣେ ଛାତ୍ରୀ ଦେହରେ ପ୍ରବେଶ କରି ନ୍ୟାୟ ମାଗୁଛି ।

କିଛି ଦିନ ହେଲା ବାୟାପଣ୍ଡାଧାର ଆଶ୍ରମ ସ୍କୁଲ ହଷ୍ଟେଲରେ ଭୂତ ଆତଙ୍କ ।  ଭୟରେ ୨ଶହରୁ ଅଧିକ ଛାତ୍ରୀ ହଷ୍ଟେଲ ଛାଡି ସାରିଲେଣି । ଗତ ୧୩ ତାରିଖରେ ହଠାତ ଜଣେ ଛାତ୍ରୀ ଅସ୍ବାଭାବିକ ଆଚରଣ ଦେଖାଇଥିଲେ । କେବଳ ଏହି ଜଣେ ଛାତ୍ରୀ ନୁହନ୍ତି ଆହୁରି ୪-୫ ଜଣ ଛାତ୍ରୀ ଏପରି ସମାନ ଢଙ୍ଗରେ ବ୍ୟବହାର ଦେଖାଇଛନ୍ତି । ସ୍କୁଲ କର୍ତ୍ତୃପକ୍ଷ ପୀଡିତ ଛାତ୍ରୀଙ୍କୁ ଚିକିତ୍ସା କରାଇବା ସତ୍ବେ କୌଣସି ପରିବର୍ତନ ହେଲା ନାହଁ । ଡାକ୍ତର ମଧ୍ୟ କିଛି ରୋଗ ଧରି ପାରିଲେ ନାହିଁ । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି ।

ସ୍କୁଲରେ କୌଣସି ଭୌତିକ କାଣ୍ଡ ଘଟୁଥିବା ଆଶଙ୍କାରେ ଅଭିଭାବକମାନେ ନିଜ ନିଜ ପିଲାଙ୍କୁ ହଷ୍ଟେଲରୁ ନେଇଯାଇଛନ୍ତି । ବିଦ୍ୟାଳୟରେ ପୁଜାର୍ଚ୍ଚନା କରାଯିବା ସହ ଗୁଣିଆ ଆସି ତନ୍ତ୍ର ପାଠ ନକରାଇଲେ ପିଲାମାନଙ୍କୁ ଆଉ ପଢିବାକୁ ଛାଡିବେନି ବୋଲି କହିଛନ୍ତି । ଅନ୍ୟପଟେ ଅନ୍ଧବିଶ୍ବାସ ଦୂର କରିବାକୁ  ପିଲାମାନଙ୍କୁ ବୁଝାସୁଝା କରି ବିଫଳ ହେ।ଇଛନ୍ତି କର୍ତ୍ତୃପକ୍ଷ।

ବିଜ୍ଞାନ ଯୁଗରେ ଭୂତ ଭୟ । ସତରେ କଣ ପିଲାଙ୍କ ଦେହରେ ଭୂତ ପ୍ରବେଶ କରିଛି, ନାଁ ଏହା ପଛର ଅନ୍ୟ କିଛି ରହସ୍ୟ ରହିଛି । ଯାହା ପ୍ରଶାସନ ପାଇଁ ମୁଣ୍ଡବ୍ୟଥାର କାରଣ ସାଜିଛି।