ଆରମ୍ଭ ହେଲା ‘ଘରେ ଘରେ ଶଙ୍ଖ’ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ “ଘରେ ଘରେ ଖଙ୍ଖ” କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏହି ଅଭିଯାନରେ ପ୍ରତ୍ୟେକ ଓଡିଆଙ୍କୁ ସାମିଲ କରାଯିବ ବୋଲି ଦଳ ତରଫରୁ କୁହାଯାଇଛି । ଏହି କାର‌୍ୟ୍ୟକ୍ରମ ଜରିଆରେ ବିଜୁ ମହିଳା ଜନତା ଦଳର କର୍ମୀ ଓ ଦଳର କାର‌୍ୟ୍ୟକର୍ତା ରାଜ୍ୟର ୮୬ଲକ୍ଷ ପରିବାରଙ୍କ ପାଖକୁ ଯାଇ ଲୋକେ ସରକାରଙ୍କଠାରୁ କଣ ଆଶା ରଖିଛନ୍ତି ତାର ତାଲିକା ପ୍ରସ୍ତୁତ କରିବେ । ଲୋକଙ୍କଠାରୁ ସଂଗ୍ରହ ହୋଇଥିବା ମତାମତ ଆଧାରରେ ବିଜେଡି ଆଗାମୀ ନିର୍ବାଚନ ପାଇଁ ଇସ୍ତାହାର ପ୍ରସ୍ତୁତ କରିବ । ଆଜିଠାରୁ ଆସନ୍ତା ୨୦ଯାଏ ବିଜେଡି ମହିଳା କର୍ମୀମାନେ ପ୍ରତି ଘର ଘର ବୁଲିବେ ।