ମନୋଜ ମୁକୁନ୍ଦ ନରଭାଣେ ହେଲେ ଦେଶର ନୂତନ ସେନାଧ୍ୟକ୍ଷ

ନୂଆଦିଲ୍ଲୀ: ଦେଶର ୨୮ତମ ସେନାଧ୍ୟକ୍ଷ ଭାବେ ଆଜି ମନୋଜ ମୁକୁନ୍ଦ ନରଭାଣେ ଦାୟିତ୍ୱ ଗ୍ରହଣ କରିଛନ୍ତି । ୩ବର୍ଷ ଧରି କାର୍ଯ୍ୟ କରୁଥିବା ଜେନେରାଲ ବିପିନ ରାୱତ୍ ଆଜି ଅବସର ନେବା ପରେ ତାଙ୍କୁ ଏହି ସ୍ଥାନରେ ନିଯୁକ୍ତ କରାଯାଇଛି ।

ଭାରତୀୟ ସେନାର ବିପିନ ରାୱତ ସେନାଧ୍ୟକ୍ଷ ଥିବା ବେଳେ ଉପମୁଖ୍ୟ ଭାବେ ଦାୟିତ୍ଵ ତୁଲାଉଥିଲେ ମନୋଜ ମୁୁକୁନ୍ଦ। ନିଜର ୩୭ ବର୍ଷର ସାମରିକ ସେବାରେ ଲେପଟାଂଟ ଜେନେରାଲ ନାରାଭାଣେ ବିଭିନ୍ନ ପଦବୀରେ ସଫଳତାର ସହ କାର୍ଯ୍ୟକରିଛନ୍ତି । ଏହା ମଧ୍ୟରେ ସେ ଆତଙ୍କବାଦୀ ଅଧ୍ୟୁଷିତ ଜମ୍ମୁ-କଶ୍ମୀର ଓ ଉତର- ପୂର୍ବାଂଚଳ ରେ କାର୍ଯ୍ୟ କରିଛନ୍ତି ।

ପୂର୍ବତନ ସେନାଧ୍ୟକ୍ଷ ବିପିନ ରାୱତ ନରଭାଣେଙ୍କୁ ନିଜର ଦାୟିତ୍ଵ ସମର୍ପଣ କରି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହାବ୍ୟତୀତ ନରଭାଣେଙ୍କୁ ଜଣେ ସକ୍ଷମ ଅଧିକାରୀ ବୋଲି କହି ବିପିନ ତାଙ୍କର ପ୍ରଶଂସା ମଧ୍ୟ କରିଛନ୍ତି।