ପିଓକେ ଉପରେ କୌଣସି ସମୟରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ: ବିପିନ ରାଓ୍ଵତ

ଆମେଠି:ଜାମ୍ମୁ-କାଶ୍ମୀରକୁ ସ୍ଵତନ୍ତ୍ର ମାନ୍ୟତା ପ୍ରଦାନ କରୁଥିବା ଧାରା ୩୭୦ ଉଚ୍ଛେଦ ପରେ ଅଯଥା ପ୍ରତିକ୍ରିୟାଶୀଳ ହୋଇ ଉଠିଥିବା ପାକିସ୍ତାନ ଦ୍ଵାରା ଭାରତ ବିରୋଧରେ ଅପପ୍ରଚାର ଓ ବିବାଦୀୟ ବୟାନ ମଧ୍ୟରେ ସେନା ପ୍ରମୁଖ ଜେନେରାଲ ବିପିନ ରାଓ୍ଵତ ବଡ଼ ବୟାନ ଦେଇଛନ୍ତି। ପାକିସ୍ତାନ ଦ୍ଵାରା ଅବୈଧ  କବଜାକୁ ନେଇ ସେନାଧ୍ୟକ୍ଷ କହିଛନ୍ତି ଯେ ଆର୍ମି ପିଓକେକୁ ନେଇ କୌଣସି ପ୍ରକାରର ଅଭିଯାନ ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ। ସେ କହିଛନ୍ତି ଯେ ସରକାରଙ୍କ ନିର୍ଦ୍ଦେଶକ୍ରମେ ସେନା କୌଣସି ପ୍ରକାରର କାର୍ୟ୍ୟା ନୁଷ୍ଠାନ ପାଇଁ ପୂରା ପ୍ରସ୍ତୁତ।

ପିଏମଓରେ ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହଙ୍କ ପିଓକେକୁ ନେଇ ଦେଇଥିବା ବୟାନର ପ୍ରଶ୍ନ ଉପରେ ବିପିନ ରାଓ୍ଵତ କହିଛନ୍ତି ଯେ ଏହା ଉପରେ ସରକାରଙ୍କୁ ନିଷ୍ପତି ନେବାର ଅଛି। ସରକାର ଯେମିତି କହିବେ ସେମିତି ପ୍ରସ୍ତୁତି କରାଯିବ। ସେନାର ପ୍ରସ୍ତୁତିକୁ ନେଇ ପ୍ରଶ୍ନ ଉପରେ ସେ କହିଛନ୍ତି ଯେ ସେନା ସର୍ବଦା କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ରୁହନ୍ତି। 

ଜେନେରାଲ ରାଓ୍ଵତ କହିଛନ୍ତି ଯେ ପିଓକେକୁ ନେଇ ସରକାରଙ୍କ ବୟାନରେ ସେ ଖୁସି ପ୍ରକଟ କରୁଛନ୍ତି। ଏହା ଉପରେ ନିଷ୍ପତ୍ତି ସରକାରଙ୍କୁ ନେବାର ଅଛି। ଆମକୁ ନିର୍ଦ୍ଦେଶ ମିଳିବା ମାତ୍ରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ। ଏହା ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ପିଓକେକୁ ନେଇ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଚେତାବନୀ ଦେଇଥିଲେ। ସେ କହିଥିଲେ ଯେ ଏବେ ଯେଉଁ ବି ଆଲୋଚନା ହେବ ତାହା ପିଓକେକୁ ନେଇ ହିଁ ହେବ। କେବଳ ଏତିକି ନୁହଁ ଅଗଷ୍ଟ ୬ରେ ଗୃହ ମନ୍ତ୍ରୀ ଅମିତ୍ ଶାହା ମଧ୍ୟ ସଂସଦରେ ୩୭୦ ଉପରେ ବିରୋଧୀଙ୍କ ପ୍ରଶ୍ନର ଉତ୍ତର ଦେଇ କହିଥିଲେ ଯେ ଆମେ ଜୀବନ ଦେଇ ଦେବୁ ମାତ୍ର ପିଓକେ ନେଇ କି ହିଁ ରହିବୁ।