ଅବସର ନେଲେ ସେନାମୁଖ୍ୟ ବିପିନ ରାୱତ

ନୂଆଦିଲ୍ଲୀ: ଆଜି ଭାରତୀୟ ସେନାର ମୁଖ୍ୟ ଜେନେରାଲ ବିପିନ ରାୱତ ଅବସର ନେଇଛନ୍ତି । ଏହାପରେ ସେ ଦେଶର ପ୍ରଥମ ସିଡିଏସ ଭାବେ ନିଯୁକ୍ତି ଗ୍ରହଣ କରିବେ ।

ବିଦାୟ କାଳୀନ ଅବସରରେ ଜେନେରାଲ ରାଓ୍ୱତଙ୍କୁ ଦକ୍ଷିଣ ବ୍ଲକ ସ୍ଥିତ ସେନାର ମୁଖ୍ୟ କାର୍ଯ୍ୟାଳୟରେ ଗାର୍ଡ ଅଫ୍ ଅନର ଦିଆଯାଇଛି। ଏହି ଅବସରରେ ଭାରତୀୟ ସେନା ଏବଂ ତାଙ୍କ ପରିବାର ଲୋକଙ୍କ ଭବିଷ୍ୟତ ଉଜ୍ଜଳମୟ ହେଉ ବୋଲି ସିଡିଏସ ମୁଖ୍ୟ ଜେନେରାଲ ରାଓ୍ୱତ କହିଛନ୍ତି। ସେନାର ମୁଖ୍ୟ ଥିବା ବେଳେ ତାଙ୍କୁ ସମସ୍ତ ପ୍ରକାର ସହଯୋଗ ମିଳିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ୨୦୧୬ରେ ରାଓ୍ୱତ ସେନାର ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ।

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବା ଅବସରରେ ସମସ୍ତ ଯବାନଙ୍କ ଉଦ୍ଦେଶ୍ୟରେ କହିଛନ୍ତି, ‘ମୁଁ ସମସ୍ତ ଯବାନଙ୍କୁ ଧନ୍ୟବାଦ ଜଣାଉଛି। ସମସ୍ତ ବୀର ମା ଏବଂ ଭଉଣୀଙ୍କୁ ଧନ୍ୟବାଦ ଜଣାଉଛି। ମୁଖ୍ୟତଃ ଉତର ଏବଂ ପୂର୍ବ ଭାରତରେ ନିୟୋଜିତ ଥିବା ଯବାନଙ୍କୁ ଧନ୍ୟବାଦ ଜଣାଉଛି। ଯେଉଁ କଠିନ ପରିସ୍ଥିତିରେ ସାମ୍ନା କରିବାକୁ ଯାଇ ଦେଶ ପାଇଁ ସେବା କରୁଛି ସେଥିପାଇଁ ଧନ୍ୟବାଦ ଜଣାଉଛି। ପ୍ରବଳ ଥଣ୍ଡା ସତ୍ୱେ ଦେଶ ପାଇଁ କାମ କରୁଥିବାରୁ ଧନ୍ୟବାଦ ଜଣାଉଛି’।

ସୂଚନାଯୋଗ୍ୟ, ଆସନ୍ତାକାଲି ୧ ଜାନୁଆରୀ ୨୦୨୦। ଏହି ଅବସରରେ ଦେଶର ପ୍ରଥମ ଚିଫ ଅଫ ଡିଫେନ୍ସ ଷ୍ଟା‍ଫ(ସିଡିଏସ) ଭାବେ ଯୋଗ ଦେବାକୁ ଯାଉଛନ୍ତି ଅବସର ପ୍ରାପ୍ତ ସେନା ମୁଖ୍ୟ ଜେନେରାଲ ବିପିନ ରାୱତ। ସିଡିଏସରେ ଯୋଗ ଦେବା ପରେ ସେ ଏବେ ୩ ସେନା ବାହିନୀର ମୁଖ୍ୟ ଭାବେ କାର୍ଯ୍ୟ କରିବେ। ଜେନେରାଲ ରାୱତ ୧୯୭୮ ମସିହା ଡିସେମ୍ବର ୧୬ରୁ ସେନା ପାଇଁ କାମ କରି ଆସୁଛନ୍ତି।