ଆଜି ଜେଲକୁ ଫେରିବେ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ଅଭିଯୁକ୍ତ ପୁଞ୍ଜିଲାଲ

ପାଟଣାଗଡ: ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଅଭିଯୁକ୍ତ ପୁଞ୍ଜିଲାଲ ମେହେର ଆଜି ଜେଲକୁ ଫେରିବେ । ପୁଞ୍ଜିଲାଲଙ୍କ ମା’ ଇନ୍ଦୁମତୀଙ୍କ ଆତ୍ମାର ସଦଗତି ପାଇଁ ଗାୟତ୍ରୀ ମନ୍ତ୍ରର ଆୟୋଜନ କରିଥିଲେ । ତେବେ ଏହି ଯଜ୍ଞ ପାଟଣାଗଡ ରାମପୁରସ୍ଥିତ ତାଙ୍କ ବାସଭବନରେ ଆୟୋଜନ କରିଥିଲେ । ତେବେ ଏହି ଯଜ୍ଞ ଶେଷ ହୋଇଥିବାବେଳେ ସର୍ତମୂଳକ ଜାମିନ ଅବଧି ଶେଷ ହେଉଥିବାରୁ ସେ ଜେଲ୍‌ ହାଜତକୁ ଫେରିବେ। ତେଣୁ ଏହା ପୂର୍ବରୁ ସେ ସମସ୍ତ ରୀତିନୀତି ସଂପନ୍ନ କରିଥିବା ସୂଚନା ମିଳିଛି।

ପ୍ରକାଶ ଯେ, ଗତ ୧୦ ତାରିଖ ଦିନ ତାଙ୍କ ମା ଇନ୍ଦୁମତୀଙ୍କ ଦେହାନ୍ତ ହୋଇଥିଲା। ସୁଦ୍ଧିକ୍ରିୟା ପାଇଁ ହାଇକୋର୍ଟରେ ଜାମିନ ଆବେଦନ କରି ପୁଞ୍ଜିଲାଲ ୪ଦିନିଆ ସର୍ତମୂଳକ ଜାମିନରେ ଆସିଥିଲେ। ଏହି ଅବସରରେ ଶୁଦ୍ଧିକ୍ରିୟା ସହ ମା ଇନ୍ଦୁମତୀଙ୍କ ଆତ୍ମାର ସଦ୍‌ଗତି ନିମନ୍ତେ ଗାୟତ୍ରୀ ଯଜ୍ଞ କରିଥିଲେ। ଅନ୍ୟପକ୍ଷରେ ପୁଞ୍ଜିଲାଲଙ୍କ ଗତିବିଧିକୁ ନଜର ରଖିବା ପାଇଁ ସାଦା ପୋଷାକଧାରୀ ପୋଲିସ ୨୪ ଘଂଟା ମୁତୟନ ରହିଛନ୍ତି। ସର୍ତମୂଳକ ଜାମିନ ଅବଧି ୨୮ ତାରିଖ ସକାଳେ ସରିବାକୁ ଥିବାରୁ ସକାଳେ ପୁଞ୍ଜିଲାଲ ପାଟଣାଗଡ଼ ଏଡିଜେ କୋର୍ଟରେ ହାଜର ହେବ ବୋଲି ଜଣାପଡ଼ିଛି। ସେଠାରୁ ତାଙ୍କୁ ପୁଣି ଜିଲ୍ଲା କାରାଗରକୁ ‌ନିଆଯିବ ବୋଲି ସୂଚନା ମିଳିଛି।