ଗୌତମ ଗମ୍ଭୀରଙ୍କୁ ହତ୍ୟା ଧମକ

ନୂଆଦିଲ୍ଲୀ: ପୂର୍ବତନ କ୍ରିକେଟର ତଥା ଦିଲ୍ଲୀ ବିଜେପି ସାଂସଦ ଗୌତମ ଗମ୍ଭୀରଙ୍କୁ ଫୋନ ଯୋଗେ ହତ୍ୟା ଧମକ ମିଳିଛି । ତେବେ ଏହି ଫୋନ କଲ ଆନ୍ତର୍ଜାତୀୟ ନମ୍ବରରୁ ଆସିଥିଲା ବୋଲି ଜଣାପଡିଛି । ଏ ନେଇ ଗୌତମ ଗମ୍ଭୀର ଥାନାରେ ଏତଲା ଦେଇଛନ୍ତି ।

ପ୍ରକାଶ ଯେ, ଗୌତମ ଗମ୍ଭୀରଙ୍କୁ ୨ ଦିନ ପୂର୍ବରୁ କେହି ଜଣେ ଫୋନ କରି ଜୀବନରୁ ମାରି ଦେବାକୁ ଧମକ ଦେଇଥିଲା। ଏହାପରେ ସେ ଥାନାରେ ଅଭିଯୋଗ କରିଛନ୍ତି। ସେ ଡିସିପିଙ୍କୁ ଏକ ପତ୍ର ଲେଖି ଜଣାଇଛନ୍ତି କି, ତାଙ୍କୁ ଏବଂ ତାଙ୍କ ପରିବାରକୁ ଏକ ଆନ୍ତର୍ଜାତୀୟ ଫୋନ୍ କଲ୍ ମାଧ୍ୟମରେ ହତ୍ୟା ଧମକ ମିଳିଛି। ତେଣୁ ତାଙ୍କ ପରିବାରକୁ ସୁରକ୍ଷା ଦିଆଯାଉ ବୋଲି ସେ ନିବେଦନ କରିଛନ୍ତି।