ବଲିଉଡରେ ଡେବ୍ୟୁ କରିବେ ଏହି ଟିଭି ଆକ୍ଟ୍ରେସ୍

ମୁମ୍ବାଇ: ଟିଭି ରୁ ବଡ଼ ପରଦାକୁ ଯିବାକୁ ରେଡ୍ଡୀ ହେଲେଣି ଆଉ ଜଣେ ଆକ୍ଟ୍ରେସ । ସେ ହେଉଛନ୍ତି ଲୋକପ୍ରିୟ ଧାରାବାହିକ ‘ଗଣ୍ଠବନ୍ଧନ’ରେ ଆଇପିଏସ୍‌ ଧନକ୍ ପାରେଖ୍‌ ଭୂମିକାରେ ଅଭିନୟ କରୁଥିବା ଅଭିନେତ୍ରୀ ଶୃତି ଶର୍ମା।

ସୂଚନା ଅନୁଯାୟୀ, ଏକ୍‌ତା କପୁରଙ୍କ ଆଗାମୀ ଫିଲ୍ମ ‘ପଗ୍‌ଲେଟ୍‌’ରେ ଶୃତିଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ। ଏହି ଫିଲ୍ମରେ ଲିଡ୍‌ ରୋଲ୍‌ରେ ସାନ୍ୟା ମଲହୋତ୍ରା ଥିବାବେଳେ ଶୃତି ତାଙ୍କ ସାଙ୍ଗ ଭୂମିକାରେ ଅଭିନୟ କରିବେ। ଏନେଇ ସେ କହିଛନ୍ତି, “ଏହା ଏକ ମହିଳା କୈନ୍ଦ୍ରିକ ଫିଲ୍ମ, ଯେଉଁଥିରେ ବଡ଼ ବଡ଼ କଳାକାରମାନଙ୍କୁ ନିଆଯାଇଛି।  ମୁଁ ଏହାଠୁ ଆଉ ଭଲ ଡେବ୍ୟୁ ପାଇନଥା’ନ୍ତି।”

ଏହି ଫିଲ୍ମକୁ ଏକ୍‌ତା କପୁରଙ୍କ ‘ବାଲାଜି ପ୍ରଡକ୍ସନ’ ଓ ଗୁନୀତ ମେଙ୍ଗାଙ୍କ ‘ଶିକ୍ଷା ଏଣ୍ଟରଟେନମେଣ୍ଟ’ ମିଳିତ ଭାବେ ତିଆରି କରିବେ। ତେବେ ଏ ଯାଏ ଫିଲ୍ମର ନିର୍ଦ୍ଦେଶନା କିଏ ଦେବେ, ତାହା ସ୍ଥିର କରାଯାଇନାହିଁ। ଏହା ପୂର୍ବରୁ ଚଳିତ ବର୍ଷ ଏକ୍‌ତା ଫିଲ୍ମ ‘ଡ୍ରିମ୍‌ଗର୍ଲ’ ଓ ‘ଜଜ୍‌ମେଣ୍ଟାଲ୍‌ ହୈ କ୍ୟା’ ତିଆରି କରିଥିଲେ। ଏହି ଦୁଇଟି ଯାକ ଫିଲ୍ମ ବକ୍ସଅଫିସ୍‌ରେ ହିଟ୍‌ ହୋଇଥିଲା ଓ ଜବରଦସ୍ତ ଆୟ କରିଥିଲା। ତେବେ ଆଗାମୀ ଫିଲ୍ମ ‘ପଗ୍‌ଲେଟ୍‌’ କ’ଣ ଯାଦୁ ଚଲାଉଛି, ତାହା ଦେଖିବା ବାକି ରହିଲା।