ଗଞ୍ଜାମ : ରାଜ୍ୟରେ ସଫଳ ହେଉଛି ପ୍ଲାଜମା ଥେରାପି। ଏହାକୁ ଦୃଷ୍ଟିରେ ରଖି କରୋନାରୁ ସୁସ୍ଥ ହୋଇଥିବା ଅନେକ ବ୍ୟକ୍ତି ପ୍ଲାଜମା ଦାନ କରୁଛନ୍ତି। ଏବେ ଏହି ତାଲିକାରେ ଯୋଡ଼ି ହୋଇଛନ୍ତି ଛତ୍ରପୁର ଏସ୍ଡିପିଓ।
Recovered SDPO,Chatrapur Shri Gautam Kishan donated Plasma for curing serious COVID-19 Patients at SCB,Medical College,Cuttack. Appreciating SDPO for great service to mankind.@CMO_Odisha @DGPOdisha @MoSarkar_Odisha @igpsr @Ganjam_Admin @Brijesh14671519 pic.twitter.com/ONoDFiiSvu
— SP GANJAM (@sp_ganjam) July 28, 2020
ମଙ୍ଗଳବାର କଟକ ଏସ୍ସିବି ମେଡିକାଲରେ କରୋନାରୁ ସୁସ୍ଥ ହୋଇଥିବା ଏସ୍ଡିପିଓ ଗୌତମ କିଷାନ ପ୍ଲାଜମା ଦାନ କରିଛନ୍ତି। ଏନେଇ ଗଞ୍ଜାମ ଏସ୍ପି ଟୁଇଟ କରି ସୂଚନା ଦେବା ସହ ଗୌତମଙ୍କ ସେବା ମନୋବୃତ୍ତିକୁ ମଧ୍ୟ ପ୍ରଂଶସା କରିଛନ୍ତି।
ଅନ୍ୟପକ୍ଷରେ ଆଜି ପ୍ଲାଜମା ନେଇ ଗଞ୍ଜାମ ଜିଲ୍ଲାରୁ ୩ ଜଣ ସୁସ୍ଥ ହୋଇଛନ୍ତି। ଗଞ୍ଜାମ ଜିଲ୍ଲାପାଳ ଏହି ସୂଚନା ଦେଇଥିଲେ। ଏହାପୂର୍ବରୁ କଟକର ଜଣେ ମହିଳା ମଧ୍ୟ ପ୍ଲାଜମା ନେଇ ସୁସ୍ଥ ହୋଇଥିଲେ। ପ୍ଲାଜମା ଥେରାପିର ସଫଳତା ଦେଖି ଏବେ ସମସ୍ତଙ୍କ ମନରେ ଆଶା ବଢ଼ିଛି।