ଗଞ୍ଜାମ ପାଇଁ ନୂଆ ଋଣକୌଶଳ: ଭିତିଭୂମି ସଂପ୍ରସାରଣ, ଟେଲିମେଡିସିନ୍ ଏବଂ ସଚେତନତା ଉପରେ ବିଶେଷ ଗୁରୁତ୍ୱ

ଭୁବନେଶ୍ୱର:ଗଞ୍ଜାମ ଜିଲ୍ଲାରେ କୋଭିଡ ରୋଗକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର ନୂତନ ଋଣ କୌଶଳ ଗ୍ରହଣ କରିଛନ୍ତି । ଏଥିରେ ଭିତିଭୂମି ସଂପ୍ରସାରଣ, ଟେଲିମେଡିସିନ୍ ଏବଂ ସଚେତନତା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତି ଗ୍ରହଣ କରାଯାଇଛି ।

ବୈଠକରେ ଗୃହୀତ ନିଷ୍ପତି ଅନୁଯାୟୀ, ନୂତନ ଋଣ କୌଶଳର ମୁଖ୍ୟ ଲକ୍ଷ୍ୟ ରହିବ କୋଭିଡ-୧୯ ଜନିତ ମୃତ୍ୟୁକୁ ରୋକିବା, ତଦାରଖ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ।

ବ୍ରହ୍ମପୁର ମେଡିକାଲ କଲେଜର Emergency ଏବଂ OPD ତୁରନ୍ତ ଖୋଲିବା ସହିତ ଏହା ଯେପରି ୨୪ X ୭ କାର୍ଯ୍ୟ କରିବ ସେଥିପାଇଁ ବ୍ୟବସ୍ଥା କରିବା ପାଇଁ ସ୍ଥିତ କରାଯାୁଛି । ବ୍ରହ୍ମପୁର ମେଡିକାଲ କଲେଜରେ ଜଣେ ଅତିରିକ୍ତ Superintendent ନିଯୁକ୍ତ କରାଯିବ । କୋଭିଡ ପରିଚାଳନାରେ ସେ Superintendentଙ୍କୁ ସହାୟତା କରିବେ ।

MKCGର ଶିଶୁରୋଗ ୱାର୍ଡକୁ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଂଟରରେ ପରିଣତ କରାଯିବ ଏବଂ ଏହା ଜିଲ୍ଲାପାଳଙ୍କ ପତ୍ୟକ୍ଷ ତତ୍ୱାବଧାନରେ ରହିବ । ସେହିପରି ମଧ୍ୟ ବିଦ୍ୟୁତପୁରରେ ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଂଟର କରାଯିବ । ଏହା ବ୍ରହ୍ମପୁର ମହାନଗର ନିଗମ ଦ୍ୱାରା ପରିଚାଳିତ ହେବ । ସିଟି ହସ୍ପିଟାଲ ଚିକିତ୍ସା ସୁବିଧା ଯୋଗାଇବ ।

ଅକ୍ସିଜେନ୍ ସ୍ତର କମ୍ ଥାଇ ବିଳମ୍ବରେ ଚିକିତ୍ସା ପାଇଁ ଆସୁଥିବା ରୋଗୀମାନଙ୍କ ପାଇଁ ପ୍ରତି ସିସିସି ଏବଂ ସିଏଚସିରେ ୧୦ ପ୍ରତିଶତ ର୍ଟ୍ୟା ସଂରକ୍ଷିତ ରହିବ ।

ପଜିଟିଭ୍ ରୋଗୀମାନଙ୍କ ଉତ୍କଣ୍ଠା କମାଇବା ପାଇଁ, ପରାମର୍ଶ ଦେବା ପାଇଁ ଜଣେ Psychiatrist ଙ୍କ ନେତୃତ୍ୱରେ ମନସ୍ତାତ୍ୱିକ ପରାମର୍ଶଦାତା ରହିବେ ଏବଂ ସେମାନେ ଟେଲି କାଉନସିଲିଂ କରିବେ । ସୁସ୍ଥ ହୋଇଥିବା କୋଭିଡ ରୋଗୀମାନଙ୍କୁ ପରାର୍ଶଦାତା ଭାବରେ ନିଯୁକ୍ତି ଦିଆଯିବ ଏବଂ କୋଭିଡ ମନିଟର ଭାବରେ ସେମାନେ ଅନ୍ତତଃ ୧୦ଜଣ ରୋଗୀଙ୍କୁ ଆବଶ୍ୟକ ପରାମର୍ଶ ଓ ସାହସ ଦେବେ । ଏଥିପାଇଁ ସେମାନଙ୍କ ୧୦୦୦ ଟଙ୍କା ଦିଆଯିବ ।

ହୋମ ଆଇସୋଲେସନରେ ଥିବା ରୋଗୀମାନଙ୍କୁ ମେଡିସିନ୍ କିଟ୍ ଯୋଗାଇଦେବା ସହିତ ଓଡ଼ିଆରେ ଔଷଧ ଖାଇବା ସୂଚନା ଦିଆଯିବ । ଏହା କେୟାର ଗିଭର ଏବଂ ସେମାନଙ୍କ ପରିବାରକୁ ଆବଶ୍ୟକ ଉପଦେଶ ସହିତ ଆଇସି ମାଟେରିଆଲ ମଧ୍ୟ ଯୋଗାଇ ଦିଆଯିବ । ବ୍ରହ୍ମପୁର ଓ ଗୋପାଳପୁରରେ ଥିବା ହୋଟେଲ ମାନଙ୍କୁ ଜିଲ୍ଲାପାଳ କୋଭିଡ ଯୁଦ୍ଧରେ ଆଗଧାଡିରେ ଥିବା ଡାକ୍ତର ଓ ଅନ୍ୟମାନଙ୍କ ରହଣି ନିମନ୍ତେ ସଂରକ୍ଷିତ ରଖିବେ ।

ଜରୁରୀ ଚିକିତ୍ସା ଆବଶ୍ୟକ କରୁଥିବା ରୋଗୀମାନଙ୍କ ସୁବିଧା ପାଇଁ ଭେଷଜ, ଶଲ୍ୟ, ମାନସିକ ରୋଗ ଏବଂ ଶିଶୁ ରୋଗ ମାନଙ୍କ ସେବା ଟେଲିମେଡିସିନ୍ ବ୍ୟବସ୍ଥା ଜରିଆରେ ଯୋଗାଇଦେବା ପାଇଁ ବ୍ୟବସ୍ଥା କରାଯିବ । କୋଭିଡ ପଜିଟିଭ୍ ରୋଗୀ ଓ ସୁସ୍ଥ ହୋିଥିବା ରୋଗୀମାନଙ୍କୁ ମଧ୍ୟ ମାନସିକ ସୁସ୍ଥତା ପାଇଁ କଲ ସେଂଟର ଜରିଆରେ ଆବଶ୍ୟକ ପରାମର୍ଶ ଦିଆଯିବ ।

କୋଭିଡ ରୋଗ ନିୟନ୍ତ୍ରଣ ପାଇଁ ସରକାରଙ୍କ ପକ୍ଷରୁ ପ୍ରସ୍ତୁତ ଆଇସି ମାଟେରିଆଲ ବଂଟନ ସହ ଏ ସମ୍ପର୍କରେ ବ୍ୟାପକ ପ୍ରଚାର ପାଇଁ ପଦକ୍ଷେପ ନିଆଯିବ ।