ଗଞ୍ଜାମରେ ଆରମ୍ଭ ହେଲା କରୋନା ଆରୋଗ୍ୟଙ୍କ ପୁନଃ ସ୍ୱାସ୍ଥ୍ୟ ପରୀକ୍ଷା

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ କରୋନାରୁ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତିଙ୍କର ପୁନଃ ସ୍ୱାସ୍ଥ୍ୟ ପରୀକ୍ଷା ଆରମ୍ଭ ହୋଇଛୋ । ସ୍ୱାସ୍ଥ୍ୟ ଅଧିକାରୀଙ୍କ ଏକ ଦଳ ସୁସ୍ଥ ଥିବା ଲୋକଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ସମୟରେ ପ୍ଲାଜମା ଦାନ କରିବାକୁ ଉତ୍ସାହିତ କରିଛନ୍ତି। ବ୍ରହ୍ମପୁର ମ୍ୟୁନିସିପାଲିଟି ଅଞ୍ଚଳ ସମେତ ସମସ୍ତ ବ୍ଲକରେ ଏହି ପକ୍ରିୟା ଆରମ୍ଭ ହୋଇଛି । ଏହି ହେଲଥ ସ୍କ୍ରିନିଂ ଆସନ୍ତା ସାତ ଦିନ ପର୍ଯ୍ୟନ୍ତ ଜାରି ରହିବ ବୋଲି ସୂଚନା ମିଳିଛି।

ଏହି ଯାଞ୍ଚ ପ୍ରକ୍ରିୟାରେ ଏନ୍ଏମ୍, ଆଶା, ଅଙ୍ଗନୱାଡି ଏବଂ ଆୟୁଷ ଡାକ୍ତରମାନେ ସାମିଲ ଅଛନ୍ତି। ସୁସ୍ଥ ଥିବା ବ୍ୟକ୍ତିଙ୍କ ସବିଶେଷ ତଥ୍ୟ ସଂଗ୍ରହ କରିବା ପାଇଁ ଦଳର ଡାକ୍ତରମାନଙ୍କୁ ପରାମର୍ଶ ଦିଆଯାଇଥିଲା। ଗଞ୍ଜାମ ଜିଲ୍ଲାପାଳ ଦେଇଥିବା ସୂଚନା ଅନୁସାରେ, ପୁନଃ ଯାଞ୍ଚ ସମୟରେ ପଜିଟିଭ ବ୍ୟକ୍ତିଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯିବ।