ବ୍ରହ୍ମପୁର : ବଙ୍ଗପୋସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁଁ ଗଂଜାମ ଜିଲ୍ଲାକୁ ସତର୍କ କରାଇ ଦିଅାଯାଇଛି । ପ୍ରବଳ ବର୍ଷା ଓ ବର୍ଷା ଜନିତ ଯେ କୌଣସି ପରିସ୍ଥିତିର ମୁକାବିଲା କରିବା ପାଇଁ ପ୍ରସ୍ତତ ରହିବାକୁ ପ୍ରସ୍ତତି ଅାରମ୍ଭ କରାଯାଇଛି । ଲୋକମାନେ ସଜାଗ ରହିବାକୁ ଗଂଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ।ଜିଲ୍ଲାର ଉପକୂଳ ଓ ନଦୀକୂଳ ନିକଟବତ୍ର୍ତୀ ଗ୍ରାମ ଗୁଡିକରେ ସାମ୍ଭାବ୍ୟ ବନ୍ୟା ପରିସ୍ଥିତି ଉପୁଜିବାକୁ ଥିବାରୁ ସେଥପାଇଁ ସଜାଗ ରହିବାକୁ ଜିଲ୍ଲାରସମସ୍ତ ପ୍ରଶାସନିକ ଅଧିକାରୀଙ୍କୁ ନିଦେ୍ର୍ଦଶ ଦିଅାଯାଇଛି । ନିକଟରେ ହୋଇଥିବା ବର୍ଷାରେ ବାହୁଡା, ବାଘୁଆ ଓ ଋସିକୁଲ୍ୟା ନଦୀରେ ବନ୍ୟା ଜଳ ଅାସି ଜଳସ୍ତର ବୃଦ୍ଧି ପାଇଥିବା ବେଳେ, ପୁଣି ଲଘୁଚାପ ଲୋକଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି । ପୁଣି ବର୍ଷା ହେଲେ ପାତ୍ରପୁର, ଦିଗପହଣ୍ଡି, ସାନଖେମୁଣ୍ଡି, ଆସିକା, ପୁରୁସ୍ତତ୍ତମପୁର, ଗଂଜାମ ବ୍ଲକ ଭଳି ଅନେକ ଅଂଚଳରେ ବନ୍ୟା ପରିସ୍ଥିତି ଉପଯୁଥିବା ସମ୍ଭାବନା ରହିଛି । ତେଣୁ ଆସନ୍ତା 31 ତାରିଖ ପର୍ଯ୍ୟନ୍ତ ସରକାରୀ ଛୁଟିକୁ ବାତିଲ କରିବା ସହ ବ୍ଲକ ଓ ପଂଚାୟତ ସ୍ତରରେ କିଭଳି ପରିସ୍ଥିତି ମୁକାବିଲା କରାଯିବ ସେଥିପାଇଁ ପ୍ରସ୍ତତ ରହିବା ଦରକାର ହୋଇପଡିଛି । କଚ୍ଚା ଘରେ ଓ ତଳିଆ ଅଂଚଳରେ ରାହୁଥୁବା ଲୋକଙ୍କୁ ଉଦ୍ଧାର କରାଯାଇ ବାତ୍ୟା ଆଶ୍ରୟ ସ୍ଥଳୀ ଅଣାଯିବ ସେ ନେଇ ପୂର୍ବ ପ୍ରସ୍ତତି କରାଯାଇଛି। ବନ୍ୟା ପରିସ୍ଥିତି ସମୟରେ କରୋନା ଏସଓପିର ଯେଭଳି କୌଣସି ଉଲଘଂନ ନ ହେବ ସେଥିଲାଗି ସ୍ୱତନ୍ତ୍ର ଦୃଷ୍ଟି ଦେବା ସହ କୋଭିଡ ମନିଟରିଂ, କୋଭିଡ ସାଥି, ସ୍ୱୟଂସିଧା ଓ ଯୁବଗୋଷ୍ଠୀଙ୍କୁ ପ୍ରସ୍ତତ ରଖିବା ଲାଗି ବିଡ଼ିଓ ଓ ତହସିଲଦାରମାନଙ୍କୁ ନିଦେ୍ର୍ଦର୍ଶ ଦିଆଯାଇଛି ।
ganjam dist administration preparedness for heavy rain