ଦୋକାନ ସାମଗ୍ରୀ ବିକିବା ସମୟରେ ଦୋକାନୀମାନେ ଗ୍ରାହକଙ୍କ ଠିକଣା ଲେଖି ରଖିବେ
ନିୟମ ନ ମାନିଲେ ୧୦୦୦ ଟଙ୍କା ଜରିମାନା ଦେବେ ଦୋକାନ ମାଲିକ
ବ୍ରହ୍ମପୁର: ଦୋକାନରେ ଜିନିଷପତ୍ର ବିକିବା ସମୟରେ ସତର୍କତା ଅବଲମ୍ବନ କରିବାକୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଦୋକାନୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏକ ନିର୍ଦ୍ଦେଶନାମା ଜାରି କରି ଜିଲ୍ଲାପାଳ କହିଛନ୍ତି, ଦୋକାନ ସାମଗ୍ରୀ ବିକିବା ସମୟରେ ଦୋକାନୀମାନେ ଗ୍ରାହକଙ୍କ ଠିକଣା ଲେଖି ରଖନ୍ତୁ । ଏହି କାମ ନକଲେ ସଂପୃକ୍ତ ଦୋକାନୀଙ୍କର ଦୋକାନ ସିଲ କରାଯିବ । ନିୟମ ନମାନିଲେ ସଂପୃକ୍ତ ଦୋକାନ ମାଲିକଙ୍କୁ ଏକ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ ।
All shopkeepers will follow social distancing norms. Use mask & gloves. Sanitizer for customers. Circle ⭕️ for 2 m distancing. No mask no goods Board. Most important to maintain CONTACT DIARY for customer.
Otherwise shop will be fined with Rs1000 & sealed @CMO_Odisha @HFWOdisha pic.twitter.com/kaDoqvVKHt— Collector & District Magistrate, Ganjam (@Ganjam_Admin) May 13, 2020
ନିର୍ଦ୍ଦେଶନାମାରେ ଜିଲ୍ଲାପାଳ କହିଛନ୍ତି, ଦେକାନ ମାଲିକ ଗ୍ରାହକଙ୍କ ପାଇଁ ସାନିଟାଇଜର ରଖିବେ । ସେହିଭଳି ଦୋକାନ ଆଗରେ ମାସ୍କ ନାହିଁ ତ ସଉଦା ନାହିଁ ଲେଖିବେ । ସାମାଜିକ ଦୂରତ୍ୱ ମାନି ମୁହଁରେ ମାସ୍କ ପିନ୍ଧିବେ ଓ ହାତରେ ଗ୍ଲୋଭସ ପିନ୍ଧିବେ । ସେହିପରି ଗ୍ରାହକମାନେ ଦୋକାନ ଆଗରେ ଦିଆଯାଇଥିବା ଗୋଲାକାର ଚିହ୍ନରେ ଧାଡ଼ିରେ ରହି ସଉଦା କିଣିବେ ।