ବ୍ରହ୍ମପୁର: ମେଣ୍ଢରାଜପୁର ନିକଟରେ ୧୧ କେଭି ବିଦ୍ୟୁତ୍ ତାର ଲାଗି ୧୧ ଜଣ ଯାତ୍ରୀ ଜୀବନ୍ତ ଘଟଣାରେ ସମ୍ପୃକ୍ତ ବସ ଚାଳକକୁ ଗିରଫ କରିଛି ପୋଲିସ । ଗିରଫ ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି ।
ଗତ ରବିବାର ଘଟିଥିବା ଏହି ଲୋମଟାଙ୍କୁରା ଘଟଣାରେ ସାରା ରାଜ୍ୟରେ ଆଲୋଡନ ଖେଳିଯାଇଥିଲା । ନିର୍ବନ୍ଧ ପାଇଁ ବରପକ୍ଷ ସିଲ୍କ ସିଟି ନାମକ ଏକ ଘରୋଇ ବସରେ ଯାଉଥିବା ବେଳେ ବସଟି ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଯାଇଥିଲା । ଫଳରେ ୧୧ ଜଣ ଜୀବନ୍ତ ଦଗ୍ଧ ହୋଇଥିଲେ ଏବଂ ୩୦ରୁ ଅଧିକ ଆହତ ହୋଇଥିଲା । ଘଟଣାରେ ପରେ ସମ୍ପୃକ୍ତ ବସ ଡ୍ରାଇଭର ଫେରାଇ ହୋଇଯାଇଥିଲେ । ବ୍ରହ୍ମପୁର ପୋଲିସ ନିଜ ଆଡୁ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି । ପୂର୍ବରୁ ରାଜ୍ୟ ସରକାର ଏହି ଘଟଣାରେ ଚାରି ଜଣ ଯନ୍ତ୍ରୀଙ୍କୁ ନିଳମ୍ବିତ କରିଥିଲେ ।