ଗ୍ୟାଙ୍ଗଷ୍ଟାର ଟିଟୋର ଗୋ-ଚାଲାଣ ଓ ଆଇଟି ବ୍ୟବସାୟ ଲିଙ୍ଗର ଖୁଲାସା,୨ ସହଯୋଗି ଗିରଫ

ଭୁବନେଶ୍ବର : ଗ୍ୟାଙ୍ଗଷ୍ଟାର ଟିଟୋ ଗୋଟିଏ ପରେ ଗୋଟିଏ କାରବାର ବାବଦରେ ପୋଲିସ ଖୁଲାସା କରୁଥିବା ବେଳେ ଫ୍ରେସ୍  ସାମ୍ନାକୁ ଆସିଛି ତାର ଗୋରୁ ଚାଲାଣ ଲିଙ୍କ।  ରାଜ୍ୟରୁ ବ୍ୟାପକ ଗୋରୁ ଚାଲାଣ ପାଇଁ ଟିଟୋର ଏକ ବିଧିବଦ୍ଧ ଗ୍ୟାଙ୍ଗ ଥିଲା। ଆଉ ତାର ଲିଡର ଥିବ ବଟୁ ପାଣିକୁ ଆଜି କବଜା କରିଛି ଏସଟିଏଫ। ଗତକାଲି ଟିଟୋ ନେଟୱର୍କର ଆଇଟି କାରବାର ବୁଝୁଥିବା  ସରୋଜ ପତିକୁ ପୋଲିସ  ଗିରଫ କରିଥିଲା।

ରାଜ୍ୟରୁ ହେଉଥିବା ବେଧଡକ ଗୋରୁ ଚାଲାଣ ପଛରେ ବି ଗ୍ୟାଙ୍ଗଷ୍ଟର ଟିଟୋ।   ରାଜ୍ୟର ବିଭିନ୍ନ ସ୍ଥାନରୁ ଗୋରୁ କିଣି  ପଶ୍ଚିମବଙ୍ଗ , ବିହାର , ତ୍ରିପୁରା , ବାଂଲାଦେଶକୁ  ଚାଲାଣ କରାଯିବା ପଛରେ ରହିଛି  ଟିଟୋର ଇସାରା।  ଗୋରୁ ତାଲାଣରୁ ତାକୁ କୁଆଡେ ମିଳୁଥିଲା  ଲକ୍ଷ ଲକ୍ଷ ଟଙ୍କା, ଯାହାକୁ ସେ ଟେଣ୍ଡର କାମରେ ଲଗାଉଥିଲା ।   ଗୋରୁ ଚାଲାଣ କାର୍ଯ୍ୟରେ ଟିଟୋକୁ ସହଯୋଗ କରୁଥିଲା ବଟୁ ପାଣି ।   ବଟୁକୁ  ଭୁବନେଶ୍ବର କଳିଙ ୍ଗବିହାର  କେ୪ ପ୍ଲଟ ନମ୍ବର  ୨୮୦ରୁ ଗିରଫ କରିଛି ଏସଟିଏଫ ଟିମ ।  ବଟୁ ନିକଟରୁ ଗୋଟିଏ ମାଉଜର ସହିତ ଦୁଇଟି ଦାମି କାର ଦୁଇଟି ଡାଲା ଅଟୋ ଓ ଗୋଟିଏ ଦାମି ବାଇକ ଜବତ କରିଛି ଏସଟିଏଫ ଟିମ । ବଟୁର ନିଜଘର ବେଗୁନିଆ ଥାନା କୁସପଲାରେ ।  ବଟୁ  ଟିଟୋର ଦାଦାବଟି ଆଦାୟ , ଟେଣ୍ଡର ବେଳେ ଅନ୍ୟ ଠିକାଦାରଙ୍କୁ  ଡରେଇବା କାମରେ ସହଯୋଗ କରୁଥିଲା ।

କେବଳ ବଟୁକୁ ନୁହେଁ ଟିଟୋର ଅନ୍ୟଏକ ସହଯୋଗି ସରୋଜ ପତିକୁ ମଧ୍ୟ ଗିରଫ କରିଛି ଏସଟିଏଫ ଟିମ । ସରୋଜକୁ କେନ୍ଦ୍ରାପଡାର ମହିପାଳ ବଜାରରୁ ଉଠାଇଥିଲା ଏସଟିଏଫର ସ୍ପେସାଲ ଟିମ ।  ସରୋଜ  ଟିଟୋର ଆଇଟି କାରବାର ବୁଝୁଥିଲା ।

ଟିଟୋର ଖୋଲିବାରେ ଲାଗିଛି ଗୋଟିଏ ପରେ ଗୋଟିଏ ଭାନୁମତି ପେଡି ।  ଆଉ ଯେଉଁ ସହଯୋଗୀମାନେ ଗିରଫ ହେଉଛନ୍ତି ତାଙ୍କ ନିକଟରୁ  ଅନେକ ତଥ୍ୟ ହାସଲ କରିଛି କ୍ରାଇମବ୍ରାଞ୍ଚର ଏସଟିଏଫ ଟିମ । ତେବେ ଟିଟୋ ଖୁବ ଅଳ୍ପଦିନରେ କୋଟି କୋଟି ଟଙ୍କା ଠୁଳ କରିବା ପଛରେ ଆଉ କାହାର କାହାର ହାତ ରହିଛି ତାର ଟିକିନିଖି ତଦନ୍ତ ଚଳାଇଛି ଏସଟିଏଫ ଟିମ ।