ନିଜ ଆଖି ଆଗରେ ଗର୍ଲଫ୍ରେଣ୍ଡର ଦୁଷ୍କର୍ମ ଦେଖି, ସହି ନପାରି ଆତ୍ମ ହତ୍ୟା କଲେ ଯୁବକ

ରାୟପୁର : ମନଭଲ ପାଇଥିବା ଗର୍ଲଫ୍ରେଣ୍ଡର ଗଣ ଦୁଷ୍କର୍ମ ଦେଖିବାକୁ ୧୯ ବର୍ଷର ଯୁବକକୁ ବାଧ୍ୟ କରିଥିଲେ ଦୁଷ୍କର୍ମ କାରୀ । ରାସ୍ତାରେ ଯିବା ସମୟରେ ଦୁଇଜଣ ଅସମାଜିକ ଯୁବକ ପ୍ରଥମେ କମେଣ୍ଟ ମାରିଥିଲେ ।ପ୍ରତିବାଦ କରିଥିଲେ ଯୁବକ । ତା ପରେ ଅଭିଯୁକ୍ତ ମାନେ ଯୁବକକୁ ପିଟି ପଟି ଦରମଲା କରିଦେଲେ । ତା ପରେ ତାରି ଆଖି ଆଗରେ ବାନ୍ଧବୀଙ୍କୁ ଜଣଙ୍କ ପରେ ଜମେ ଦୁଷ୍କର୍ମ କଲେ । ନିଜ ଆଖିରେ ନିଜ ଗର୍ଲଫ୍ରେଣ୍ଡର ଗଣ ଦୁଷ୍କର୍ମ ଦେଖି ମାନସିକ ଭାରସ୍ୟାମ ହରାଇ ଯୁବକ ଆତ୍ମ ହତ୍ୟା କଲେ ।

ଏମିତି ଘଟଣା ଘଟିଛି  ଛତିଶଗଡରେ  । ଏଠାରେ ଜଣେ ୧୯ ବର୍ଷୀୟ ଯୁବକଙ୍କ ଆତ୍ମହତ୍ୟାର କରିବାର କାରଣ ଜଣା ପଡିବା ପରେ ସମସ୍ତେ ଦୁଃଖୀ ହୋଇପଡ଼ିଛନ୍ତି । ନିଜ ପୁଅର ଅତ୍ମହତ୍ୟା କରିବା କାରଣ ଜାଣିବା ପାଇଁ ପିତାମାତା ପୁଲିସରେ ଚକ୍କର କାଟୁଥିଲେ । ଯେତେ ବେଳେ ତାଙ୍କ ପୁଅର ମୃତ୍ୟୁର କାରଣ ସାମ୍ନାକୁ ଆସିଲା,ତାଙ୍କ ପାଦ ତଳୁ ମାଟି ଖସିଗଲା । ଯୁବକଙ୍କ ସାମ୍ନାରେ ତାଙ୍କ ବାନ୍ଧବୀଙ୍କ ସହ ଦୁଷ୍କର୍ମ କରାଗଲା ଓ ତାଙ୍କୁ ଏହା ଦେଖିବା ପାଇଁ ବାଧ୍ୟ କରାଗଲା। ଏହାକୁ ସହି ନ ପାରି ଯୁବକ ଜଣଙ୍କ ଆତ୍ମହତ୍ୟା କରିଥିଲେ । ଏହି ଘଟଣାଟି ସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ ଜଣେ ଜଣେ ନାବାଳକ ଛତିଶଗଡର କୋରବା ଥାନାରେ ପହଞ୍ଚଥିଲା । ସେ ଯେଉଁ କାହାଣୀ ବର୍ଣ୍ଣନା କଲା, ତାହା ଶୁଣି ପୁଲିସର ବି ଲୋମ ଟାଙ୍କୁରି ଉଠିଲା ।

ନାବାଳକଟିର କହିବା ଅନୁଯାଇ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଉଥିଲା ଓ ଏହି ଦୃଶ୍ୟକୁ ଦେଖିବା ପାଇଁ ତାଙ୍କ ପୁରୁଷ ବନ୍ଧୁଙ୍କୁ ବାଧ୍ୟ କରାଯାଉଥିଲା । ଏହା ସହ ଦୁଷ୍କର୍ମକାରୀମାନେ ଯୁବକକୁ ପିଟିପିଟି ଦରମଲା କରିଦେଇଥିଲେ । ନାବାଳକ ଜଣଙ୍କ ପୁଲିସକୁ କହିଥିଲା ମୁଁ ରାସ୍ତାରେ ଏକା ଯାଉଥିବା ବେଳେ ଯୁବତୀଙ୍କୁ ଯୁବକ ଜଣଙ୍କ ଘରେ ଛାଡିବା ପାଇଁ ଅଫର୍‌ ଦେଉଥିଲେ । ଏହି ସମୟରେ ଅନ୍ୟପଟୁ ବାଇକ୍‌ରେ ଦାସ୍‌ ଓ କନ୍‌ଓ୍ଵାର ନାମକ ଦୁଇ ଅସାମାଜିକ ଯୁବକ ଆସିଥିଲେ। ସେମାନେ ଯୁବକ ଓ ଯୁବତୀଙ୍କୁ ସାଥିରେ ଦେଖି ତାଙ୍କୁ କମେଣ୍ଟ ମାରିଥିଲେ । ଏଥି ସହ ଯୁବକଙ୍କୁ ମାଡ ମାରି ଲହୁ ଲୁହାଣ କରି ଯୁବତୀଙ୍କୁ ତାଙ୍କ ସାମ୍ନାରେ ଜଣଙ୍କ ପରେ ଜଣେ ଦୁଷ୍କର୍ମ କରିଥିଲେ । ଏହି ଦୃଶ୍ୟକୁ ଦେଖିବା ପାଇଁ ତାଙ୍କୁ ବାଧ୍ୟ କରିଥିଲେ । ଏହି ଘଟଣାରେ ମାନସିକ ଭାରସାମ୍ୟ ହରାଇ ଯୁବକ ଜଣଙ୍କ ଆତ୍ମହତ୍ୟା କରିଥିଲେ ।