ବୟଫ୍ରେଣ୍ଡଙ୍କ ସହ ଫେରିବାବେଳେ ରାସ୍ତାରୁ ଟେକିନେଇ ଯୁବତୀଙ୍କୁ ଗଣଦୁଷ୍କର୍ମ

ହରିୟାନା : ପୁରୁଷ ବନ୍ଧୁଙ୍କ ସହ ରାତିରେ ବୁଲା ବୁଲି କରି ଘରକୁ ଫେରୁଥିଲେ ମହିଳା । ହଠାତ ରାସ୍ତାରେ ଘେରିଯାଇଥିଲେ ୪ ଯୁବକ । ମହିଳାଙ୍କ ପୁରୁଷ ବନ୍ଧୁଙ୍କୁ ଆକ୍ରମଣ କରି ମହିଳାଙ୍କୁ ନିଛାଟିଆ ସ୍ଥାନକୁ ଟେକି ନେଇଥିଲେ । ହେଲେ ପରୁଷ ବନ୍ଧୁ ସେମାନଙ୍କୁ ଅଟକାଇ ପାରି ନଥିଲେ । ପୁରୁଷ ବନ୍ଧୁଙ୍କ ଆଗରେ ମହିଳାଙ୍କୁ ଜଣଙ୍କ ପରେ ଜଣେ ମହିଳାଙ୍କୁ ଦୁଷ୍କର୍ମ କଲେ । ପ୍ରତିବାଦ କରିବାରୁ ପୁରୁଷ ବନ୍ଧୁଙ୍କୁ ମାଡ ମାରି ଲହୁ ଲୁହାଣ କରିଦେଲେ ଦୁଷ୍କର୍ମକାରୀ । ଏମିତି ଘଟଣା ମଙ୍ଗଳବାର ଘଟିଛି ହରିୟାନାର ଫରିଦାବାଦର ବଲ୍ଳବଗଡରେ । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି

ପୋଲିସ ସୂଚନା ଅନୁସାରେ, ଫରିଦାଦାବାଦର ବଲ୍ଲଭଗଡ଼ ଅଞ୍ଚଳ ଦେଇ ମଙ୍ଗଳବାର ଦିନ ରାତିରେ ଜଣେ ମହିଳା ତାଙ୍କର ଜଣେ ପୁରୁଷ ବନ୍ଧୁଙ୍କ ସହ ଯାଉଥିବା ବେଳେ ଚାରି ଜଣ ବ୍ୟକ୍ତି ତାଙ୍କୁ ଏକ ନିକାଞ୍ଚନ ସ୍ଥାନକୁ ଟେକିନେଇ ତାଙ୍କ ସହ ଗଣଦୁଷ୍କର୍ମ କରିଥିଲେ। ତେବେ, ମହିଳାଙ୍କ ସହ ଥିବା ପୁରୁଷ ବନ୍ଧୁ ଏହି ଘଟଣାର ପ୍ରତିବାଦ କରିବାରୁ ଦୁର୍ବୃତ୍ତମାନେ ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ତେବେ, ମହିଳା ଓ ତାଙ୍କ ପୁରୁଷ ବନ୍ଧୁ କୌଣସି ମତେ ଦୁର୍ବୃତ୍ତମାନଙ୍କ କବଳରୁ ଖସି ଆସି ନିକଟସ୍ଥ ପୁଲିସ୍‌ ଥାନାରେ ଅଭିଯୋଗ କରିବା ପରେ ପୁଲିସ୍‌ ସଦଳବଳେ ଯାଇ ଘଟଣାସ୍ଥଳରେ ପହଞ୍ଚିଥିଲା। ହେଲେ, ସେତେବେଳକୁ ଦୁଷ୍କର୍ମକାରୀମାନେ ଘଟଣାସ୍ଥଳ ଛାଡ଼ି ଫେରାର ହୋଇ ଯାଇଥିଲେ। ତଥାପି, ପୁଲିସ୍‌ ଘଟଣାସ୍ଥଳରେ ତଦନ୍ତ ଚଳାଇ ସେଠାରୁ ବହୁ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ଜବତ କରିବାରେ ସମର୍ଥ ହୋଇଥିଲା। ଏହି ଘଟଣାରେ ପୁଲିସ୍‌ ୨ ଜଣଙ୍କୁ ଥାନାରେ ଅଟକ ରଖି ତଦନ୍ତ ଚଳାଇଥିବା ଥିବାବେଳେ ଏହି ଗଣଦୁଷ୍କର୍ମ ଘଟଣାରେ ସଂପୃକ୍ତ ମୁଖ୍ୟ ଚାରି ଅଭିଯୁକ୍ତଙ୍କୁ ପୁଲିସ୍‌ ଏଯାବତ୍‌ ଗିରଫ କରିବାରେ ସମର୍ଥ ହୋଇପାରି ନାହିଁ।