ପାଚେରୀ ଡେଇଁ ରାତିରେ ମାଆ ପାଖରେ ଶୋଇଥିବା ନାବାଳିକ ଝିଅକୁ ଉଠାଇନେଇ ୮ ଜଣ କଲେ ଗଣ ଦୁଷ୍କର୍ମ

ହରିୟାଣା : ରାତିରେ ମା ପାଖରେ ଶୋଇଥିବା ନାବାଳିକା ୧୭ ବର୍ଷର ଝିଅକୁ ବି ଛାଡିଲେନି ଦୁର୍ବୃତ୍ତ । ରାତିରେ ପାଚେରୀ ଡେଇଁ ମାଆ ପାଖରେ ଶୋଇଥିବା ଝିଅକୁ ତାର ପାଟି ବନ୍ଦ କରି ଉଠାଇ ନେଲେ । ଏହା ପରେ ପାଖ ପଡିଆକୁ ନେଇ ୮ ଜଣ ଲୋକ ଗଣ ଦୁଷ୍କର୍ମ କଲେ । ଶେଷରେ ଝିଅକୁ ଘର ବାହାରେ ଫିଙ୍ଗିଦେଇ ଚାଲିଗଲେ । ଆଉ କାହାକୁ ନ କହିବାକୁ ଧମକ ବି ଦେଲେ । ଏମିତି ଘଟଣା ଘଟିଛି ହରିୟାଣାର ପାନିପତ ଥାନା ସୋନାଲରେ ।

ରାତିରେ ଖାଇସାରିବା ପରେ ପୀଡ଼ିତା ତା’ର ୩ ଭଉଣୀ ଏବଂ ମାଆଙ୍କ ସହ ଶୋଇବାକୁ ଗଲେ। ଗୋଟିଏ ବଖରାରେ ୫ ଜଣ ଅଲଗା ଅଲଗା ଖଟରେ ଶୋଇପଡ଼ିଲେ। ରାତି ପ୍ରାୟ ୧୧ଟା ବେଳେ ହାଶିମ୍‌ ଏବଂ ଇଶ୍ରାର୍‌ ନାମକ ଦୁଇ ଅଭିଯୁକ୍ତ ଘର ଚାରିପଟେ ବେଢ଼ିଥିବା ଛଅ ଫୁଟିଆ ପାଚେରି ଚଢ଼ି ନାବାଳିକା ଶୋଇଥିବା କୋଠରିକୁ ପଶିଥିଲେ।

ପୀଡ଼ିତାର ପାଟି ବନ୍ଦ କରି ଅଭିଯୁକ୍ତମାନେ ତାଙ୍କୁ ବାହାରେ ଥିବା ଏକ ପଡ଼ିଆକୁ ନେଇ ଯାଇ ଅସଦାଚରଣ ଉଦ୍ୟମ ଚଳାଇଥିଲେ। ପରେ ପରେ ଆଉ ୬ ଜଣ ସେମାନଙ୍କ ସହ ଯୋଗ ଦେଇ ନାବାଳିକା ସହ ଗଣ ଦୁଷ୍କର୍ମ କରିଥିଲେ। ଦୁଇ ଘଣ୍ଟା ପରେ ପୀଡ଼ିତାଙ୍କୁ ନେଇ ତାଙ୍କ ଘର ବାହାରେ ଫିଙ୍ଗି ଦେଇ ଚାଲି ଯାଇଥିଲେ। ଏ କଥା କାହାକୁ ନ କହିବାକୁ ସେମାନେ ତାଙ୍କୁ ଧମକ ଦେଇ ଯାଇଥିଲେ।

ଶୁକ୍ରବାର ଦିନ ପୀଡ଼ିତା ସାହସ ବାନ୍ଧି ମାଆଙ୍କୁ ସବୁ ଘଟନା କହିଥିଲେ। ଏହା ପରେ ପରିବାର ଲୋକେ ଥାନାକୁ ଯିବାକୁ ସ୍ଥିର କରିଥିଲେ। ଏ କଥା ଜାଣିପାରି ଅଭିଯୁକ୍ତ ବ୍ୟକ୍ତିମାନେ ପୀଡ଼ିତାଙ୍କ ଘରେ ପହଞ୍ଚି ଏତଲା ନ ଦେବାକୁ ଧମକ ଦେଇଥିଲେ। କିନ୍ତୁ, ଅଭିଯୁକ୍ତମାନେ ଚାଲିଯିବା ପରେ ପରିବାର ଲୋକେ ପୀଡ଼ିତାଙ୍କୁ ଧରି ତୁରନ୍ତ ଥାନାକୁ ଯାଇ ଏତଲା ଦେଇଥିଲେ। ପୁଲିସ ୬ ଜଣ ଅଭିଯୁକ୍ତ ଏବଂ ଦୁଇ ଜଣ ଅନାମିତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି।